ହରଭଙ୍ଗା ବ୍ଲକରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ଗୋଷ୍ଠୀ ଶିକ୍ଷାଅଧିକାରୀ ଅଧିନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବଡବନ୍ଧ ଠାରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ୧୦୦ଜଣ ଛାତ୍ରୀଙ୍କୁ ନେଇ ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ରାଣୀଲକ୍ଷ୍ମୀବାଈଙ୍କ ପରି ସାହସୀ,ରଣକୁଶଳୀ ହୋଇ ନିର୍ଭୀକ ଭାବରେ ଶତ୍ରୁକୁ ପରାଜୟ କରି ନିଜର ଆତ୍ମରକ୍ଷା କରି ପାରିଲେ ଆଜିକାଲି ସମାଜରେ ଘଟୁଥିବା ନାରୀ ନିର୍ଯାତନା ଓ ଦୁଷ୍କର୍ମପରି ନିନ୍ଦନୀୟ ଘଟଣାକୁ ଏଡାଇ ଦେଇପାରିବା । ଏଥିସହ ବିପଦରେ ପଡିଥିବା ଅନ୍ୟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ବିନୋଦ ଚନ୍ଦ୍ର ନାୟକ ଓ ସଭାପତି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବରାଜ ପ୍ରଧାନ,ଯୋଗଦାନ କରି ବକ୍ତବ୍ୟ ମାଧ୍ୟମରେ ଛାତ୍ରୀ ମାନଙ୍କର ଆତ୍ମବଳ ବୃଦ୍ଧି କରାଇବା ସହ ଏଦିଗରେ ଦକ୍ଷ ହେବା ନିମନ୍ତେ ଉତ୍ସାହିତ କରିଥିଲେ । ସମଗ୍ର ଶିକ୍ଷା ତରଫରୁ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଓ ମୋନାଲୀନ ଦାସ ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଲୁଣିବାହାଲ ସି॰ଆର॰ସି॰ସି ଶ୍ରୀ ସତ୍ୟ ନାରାୟଣ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଭାର ଆବାହକ ଶ୍ରୀ ବିରଞ୍ଚି ମହାରଣା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷିକା ଭାବରେ ଶିକ୍ଷୟିତ୍ରୀ ଜସ୍ମିନ କୌଶର,ଶୁଭଶ୍ରୀ ବରାଳ ଓ ପୂର୍ଣ୍ଣମାସି ବେହେରା ଯୋଗଦାନ କରି ଆଜି ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ସହ ଛାତ୍ରୀ ମାନଙ୍କୁ ଆକୃଷ୍ଟକରି ଏହାର ଶୁଭାରମ୍ଭ କରିଥିଲେ । ଏହି ପ୍ରଶିକ୍ଷଣ ୭ଦିନ ଧରି ନିୟମିତ ଚାଲୁ ରହିବ ଏବଂ ପରବର୍ତ୍ତୀ ସମୟରେ ୧୦ ଟି ଉଚ୍ଚ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Post a Comment

Previous Post Next Post