ସୁବର୍ଣ୍ଣପୁର(ଗଣପତିବାଘ)-ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ଜନସ୍ବାସ୍ଥ୍ୟରେ ଗୋଷ୍ଠୀ ଅଂଶ ଗ୍ରହଣକୁ ସୁଦୃଢ କରିବା ଉଦ୍ଦେଶ୍ୟ ନେଇ ଏହି ସମ୍ମିଳିନୀ ଆୟୋଜିତ ହୋଇଥିବା ବେଳେ ଏଥିରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରଓ୍ବେଣେ , ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ, ପିଡି ଡିଆରଡିଏ , ସିଡିପିଓ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ଏଥିରେ ଜିଲ୍ଲାର ଛଅଗୋଟି ବ୍ଲକରୁ ଆଶା କର୍ମୀ ଓ ଅଙ୍ଗନଓ୍ବାଡି କର୍ମୀମାନେ ଯୋଗଦେଇଥିଲେ ।ଆଗାମୀ ଦିନରେ ଅବହେଳିତ ଓ ଅପହଞ୍ଚ ଗୋଷ୍ଠୀ କୁ ସ୍ବାସ୍ଥ୍ୟ ଅନୁଷ୍ଠାନ ସହ ଯୋଡିବା ପାଇଁ ଆଶାର ସୃଷ୍ଟି କରିବା ଉପରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ୩ଟି ଆଶା କର୍ମୀ, ୬ଟି ଗାଁ କଲ୍ୟାଣ ସମିତି ଓ ତିନୋଟି ଗ୍ରାମ ପଂଚାୟତକୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି ।
ଜିଲ୍ଲାସ୍ତରିୟ ଆଶା ଓ ଗାଁକଲ୍ୟାଣ ସମିତି ସମ୍ମିଳନୀ
ଆଜତକ ଓଡ଼ିଶା
0
Post a Comment