କଂଟାବାଞ୍ଜି,(ଆଜତକ୍ ଓଡ଼ିଶା): ମୋର ଅଜାର ବାପା, ଅଜା ଏବଂ ବାପା ସମସ୍ତେ ସାଧାରଣ ଜନତାଙ୍କ ପାଇଁ କାମ କରୁଥିଲେ । ମୋର ବାପା ଏବେ ମଧ୍ୟ ଲୋକଙ୍କ ସୁଖ ଦୁଃଖରେ ଆସିଥାନ୍ତି । ପରିବାର ୩ ଜଣ ସରପଂଚ ରହି ଲୋକଙ୍କ କାମ କଲେ ଶେଷରେ ମତେ ସୁଯୋଗ ମିଲିଥିବାରୁ ମୁଁ ମଧ୍ୟ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାରେ ପାଦ ଥାପିଛି । ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୂଛନ୍ତି ଯୁବ ସମାଜସେବି ତଥା ପୁର୍ବତନ ସରପଂଚ ହିରାଧର ବଏଙ୍କ ପୁଅ ଗଜାନନ୍ଦ ବଏ । ଗଜାନନ୍ଦ ନିଜର ପୁର୍ବ ପୁରୁଷଙ୍କ ଆଦର୍ଶକୁ ଆପଣାଇ ଚଳିତ ନିର୍ବାଚନ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସେ ସରପଂଚ ହେଲେ ତାଙ୍କ ପୁର୍ବ ପୁରୁଷ ଏବଂ ବାପା ଯେମିତି ପଂଚାୟତର ଉନ୍ନତି ପାଇଁ କାମ କରିଥିଲେ ମୁଁ ମଧ୍ୟ ସେମିତି କାମ କରିବି ବୋଲି ପ୍ରଚାର ସମୟରେ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ବେହେରେନସିଟେଲ ଗାଁ ର ବିଭିନ୍ନ ପଡା ବୁଲି ସେ ଭୋଟ ପ୍ରଚାର କରିଛନ୍ତି । ପ୍ରଚାର ସମୟରେ ପଡାବାସୀ ମଧ୍ୟ ଫୁଲମାଲ ଦେଇ ସମ୍ବର୍ଦ୍ଧନା ଦେଇଥିବା ଦେଖାଯାଇଥିଲା ।
ଜମୁଛି ପୁର୍ବତନ ସରପଂଚଙ୍କ ପୁଅ ନିର୍ବାଚନ ପ୍ରଚାର ।
ଆଜତକ ଓଡ଼ିଶା
0
Post a Comment