ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଆଜି ବସ୍ତା ରେ ପ୍ରଚାର ମଇଦାନ ସରଗରମ ହୋଇଛି। କଂଗ୍ରେସର ପ୍ରଚାର ଜୋର ହୋଇଛି ବିଭିନ୍ନ ଜୋନ୍ ଗସ୍ତ କରିଛନ୍ତି ଦଳର ମଙ୍ଗୁଆଳ ତଥା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଆଜି ସକାଳେ ପ୍ରଥମେ ପନ୍ଦର ନମ୍ବର ଜୋନର ଗାନ୍ଧୀଛକ ର ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ପରେ ଗାନ୍ଧୀ ଛକ ସ୍ଥିତ ନିର୍ବାଚନ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା ସଭାପତିତ୍ବ କରିଥିଲେ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ପରିଚାଳନା କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ବସ୍ତା କଂଗ୍ରେସ ନେତା ବିଜନ ନାୟକ, ପନ୍ଦର ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ କବିତା ସିଂ, ସେହି ପରି ଚଉଦ ନମ୍ବର ଜୋନର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତର ହଦମୌଦ ଗ୍ରାମରେ ପଞ୍ଚାୟତ ସଭାପତି ଉମେଶ ଚନ୍ଦ୍ର ପ୍ରଧାନଙ୍କ ପୌରହିତରେ ଏକ ବୈଠକ ଆୟୋଜନ ହୋଇଥିଲା।ଚଉଦ ନମ୍ୱର ପ୍ରାର୍ଥୀ ବାସନ୍ତୀ ପ୍ରଧାନ ଓ ଷୋହଳ ନମ୍ବର ଜୋନର କରୁଆ ଠାରେ ପ୍ରାର୍ଥୀ ଅଞ୍ଜଳି ପ୍ରଧାନ ଓ ସତର ନମ୍ବର ଜୋନର ନାବରା ଠାରେ ବୈଠକ ମାଧ୍ୟମରେ ଭୋଟ ନିବେଦନ କରିଥିଲେ ଦଳର ମଙ୍ଗୁଆଳ ସମସ୍ତ ଜୋନ୍ ଅଞ୍ଚଳର ନେତୃତ୍ୱ ଙ୍କ ସମେତ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ଉପସ୍ଥିତ ଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment