ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ସହର ରେ ବାଇକର ଡିକି ଭାଙ୍ଗି ସିରିଜ ଚୋରୀ । ଦୁଇଟି ପୃଥକ ଘଟଣାରେ ୩ ଲକ୍ଷ ଟଙ୍କା ଚୋରି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ୫୦ ହଜାର ଟଙ୍କା ଓ ପଟାଭାଡ଼ି ଛକରୁ ନିକଟରୁ ୨ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ସୋନପୁର ସହରର ପୁରୁଷୋତ୍ତମ ପାଣିଗ୍ରାହୀ ବାଇକରେ ୫୦ ହଜାର ଟଙ୍କା ଡ଼ିକି ଭିତରେ ରଖି ମେଡିକାଲ କୁ ଔଷଧ ନେବା ପାଇଁ ଯାଇଥିଲେ କିନ୍ତୁ ଔଷଧ ନେଇ ଆସିଲା ବେଳକୁ ଡ଼ିକି ଭାଙ୍ଗି ଟଙ୍କା ଚୋରି ହୋଇଥିବା ଦେଖିଥିଲେ ।
ସେହିପରି ବିରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁର ମନୋଜ କୁମାର ମେହେର ବ୍ୟାଙ୍କରୁ ୨ ଲକ୍ଷ ୫୦ ହଜାର ଟଙ୍କା କାଢି ଡିକିଭିତରେ ରଖିଥିଲେ । ସହରର ପଟାଭାଡ଼ି ସ୍ଥିତ ତାଙ୍କ ସମ୍ପର୍କିୟଙ୍କ ଘରକୁ ଯାଇଥିଲେ କିନ୍ତୁ ଘରୁ ବାହାରି ଫେରିଲା ବେଳକୁ ଡିକିରୁ ଟଙ୍କା ନଥିବା ଦେଖିଥିଲେ ।ଉଭୟ ସୋନପୁର ଥାନ ରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ତନା ଘନା ଜାରିରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚୋରି ହୋଇଥିବା ଟଙ୍କା ଉଦ୍ଧାର ହୋଇ ପାରି ନଥିବା ବେଳେ ଚୋର ମଧ୍ୟ ଧରା ପଡ଼ିନାହିଁ ା
Post a Comment