ପୂର୍ବତନ ବିଜେପି କାଉନସିଲର ସୁବର୍ଣ୍ଣ ଗୁରୁ ଙ୍କ ଦେହାନ୍ତ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ମଝିପଡ଼ା ନିବାସୀ ତଥା ପୌର ପରିଷଦ ର ପୂର୍ବତନ ବିଜେପି କାଉନସିଲର ଶ୍ରୀମତୀ ସୁବର୍ଣ୍ଣ ଗୁରୁ ଙ୍କ ଗତ ଆଠ ତାରିଖ ରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ଥିଲେ । ଶ୍ରୀମତୀ ଗୁରୁ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତା ଥିଲେ । ପୂର୍ବରୁ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଓ ପରେଜିଲ୍ଲା ବିଜେପି ସଭାନେତ୍ରୀ ର ଗୁରୁଦାୟିତ୍ବ ତୁଲାଇ ଥିଲେ । ଜିଲ୍ଲା ଗ ଠନ ଓ ମହାନଦୀ ସେତୁ ନିର୍ମାଣ ଆନ୍ଦୋଳନ ରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସୋନପୁର ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ, ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।

Post a Comment

Previous Post Next Post