ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ସୂର୍ଯ୍ୟ ନମସ୍କାର ଅଭ୍ୟାସ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ପରିସରରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଅତି ଶ୍ରଦ୍ଧାର ସହିତ ପାଳିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଗୁରୁ ଅବସର ପ୍ରାପ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାଳକୃଷ୍ଣ ନାୟକ ଏବଂ ଯୋଗ ଗୁରୁ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଯୋଗାଭ୍ୟାସ ସହିତ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରାଇଥିଲେ. ଏହି କାର୍ଯ୍ୟକ୍ରମରେ ୩୦ ଜଣ ଛାତ୍ର ଏବଂ ୩୦ ଜଣ ଛାତ୍ରୀ ଯୋଗ ଦେଇ ଶିକ୍ଷା ଗ୍ରହଣ କରିଥିଲେ. ସୂର୍ଯ୍ୟ ନମସ୍କାରକୁ ନେଇ ଏକ ନିରୋଗପୂର୍ଣ ଜୀବନ ଅତିବାହିତ କରିବା ପାଇଁ ଯୋଗ ଗୁରୁ ତଥା ଅଧକ୍ଷ ମନୋଜ ପାଠୀ ଛାତ୍ର ଛାତ୍ରୀଙ୍କୁ ସମ୍ଭୋଦିତ କରିଥିବାବେଳେ ଯୋଗ ଗୁରୁ ବାଳକୃଷ୍ଣ ନାୟକ ପ୍ରତ୍ୟହ ଯୋଗ ପ୍ରାଣାୟାମ ଓ ସୂର୍ଯ୍ୟ ନମସ୍କାର ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Post a Comment

Previous Post Next Post