ସନ୍ଥ କବି ଭୀମ ଭୋଇ ଙ୍କ ସମାଧି ପୀଠ ଖଲିଆପାଲି ଠାରେ ମାଘମେଳା କେବଳ ନୀତିକାନ୍ତିରେ - ସର୍ବ ସାଧାରଣ ଦର୍ଶନ ଉପରେ କଟକଣା


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଉପ ଜିଲ୍ଲାପାଳ ସୋନପୁର ଶ୍ରୀ ନିହାର ରଞ୍ଜନ କଁହର ଙ୍କ ଅଧ୍ୟକ୍ଷ୍ୟତାରେ ଉପଜିଲ୍ଲାପାଳ ସୋନପୁର ଙ୍କ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷ

ତା ୧୪-୦୨-୨୨ ଠାରୁ ୧୬-୦୨-୨୨ ପର୍ଯ୍ୟନ୍ତ ହେବାକୁ ଥିବା ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ସୁବର୍ଣ୍ଣପୁର ଜିଲ୍ଲା ବାସୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ପ୍ରଦର୍ଶନ ପୂର୍ବକ ମାଘମେଳାର ଆନୁସଙ୍ଗିକ କାର୍ଯ୍ୟକ୍ରମ କୁ ବାତିଲ କରାଯାଇଥିବା ବେଳେ କେବଳ ନୀତିକାନ୍ତି ସହ ପୂଜାର୍ଚନା କରାଯିବ ।



ବୈଠକରେ ନିଷ୍ପତ୍ତି ମୁତାବକ ମେଳାରେ କୌଣସି ଦୋକାନ ବଜାର, ମିନାବଜାର ଆଦିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ବାହାର ଦୋକାନ ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସମାରୋହ ପ୍ରଭୁତି କୁ ମଧ୍ୟ ବାରଣ କରାଯାଇଥିବା ସୂଚନା ଦିଆଯାଇଛି। ମେଳାଦିନଗୁଡ଼ିକରେ ଭକ୍ତ, ଶ୍ରଦ୍ଧାଳୁ ତଥା ସର୍ବସାଧାରଣଙ୍କ ଙ୍କ ଦର୍ଶନ କୁ ସମ୍ପୂର୍ଣ ଭାବେ ବାରଣ କରାଯାଇଛି । ଚଳିତବର୍ଷ ସମାରୋହ କୁ ନିରାଡ଼ମ୍ବର ସହ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ନୀତି କାନ୍ତି ମଧ୍ୟରେ ପାଳନ କରାଯିବ । ଆଜିର ଏହି ବୈଠକରେ ସୋନପୁର ଉପଖଣ୍ଡ ଆରକ୍ଷୀଅଧିକ୍ଷକ ପୁଷ୍ପାଞ୍ଜଳୀ ନିଙ୍ଗୀ,ବିଡ଼ିଓ ସୋନପୁର,ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ତହସିଲଦାର ସୋନପୁର ଶ୍ରୀ ନବୀନ କିଶୋର ପାଢ଼ୀ,ଙ୍କ ସମେତ ମ୍ୟାନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ଟ୍ରଷ୍ଟ ସମ୍ପାଦକ ଜନ୍ମେଜୟ ସ୍ୱାଇଁ, ପୀଠ ମହନ୍ତ ବାବା ସନ୍ୟାସୀ ଦାସ,କମିଟି ସଦସ୍ୟ ସୁମନ୍ତ ପଟେଲ, ମହାଦେବ ବଗର୍ତ୍ତୀ, କାର୍ତ୍ତିକ ଭୋଇ, ରଘୁନାଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Post a Comment

Previous Post Next Post