ମମିତା ମେହେର ମାମଲାରେ ଚାର୍ଟସିଟ ଦାଖଲ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି। ବଙ୍ଗୋମୁଣ୍ଡା ଜେଏମ୍‌ଏଫସି କୋର୍ଟରେ ବଲାଙ୍ଗିର ପୁଲିସ ଚାର୍ଜସିଟ ଦାଖଲ କରିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ଡ୍ରାଇଭର ରାଧେଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି। ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ଦିନ ପୂରିଥାନ୍ତା। କୋର୍ଟ ଚାଲାଣର ୧୨୦ଦିନ ପୂର୍ବରୁ ବଲାଙ୍ଗିର ପୁଲିସ ଚାର୍ଜସିଟ ଦାଖଲ କରିଛି।କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ୍‌ସାଇନ କଲେଜର ଶିକ୍ଷୟିତ୍ରୀ ମମିତାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗୋବିନ୍ଦ ସାହୁ ଏବଂ ରାଧେଶ୍ୟାମ ଚଣ୍ଡିଙ୍କୁ ପୁଲିସ ପୂର୍ବରୁ ଗିରଫ କରିଛି। ଉଭୟ ଅଭିଯୁକ୍ତ ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାରରେ ରହିଛନ୍ତି।

Post a Comment

Previous Post Next Post