ଖୋଲହାରାଜ ଗୋଣ୍ଡୱାନା ସମାଜ ମୁଢ଼େଲା ସର୍କଲ -୨ ଦ୍ୱାରା ମାତୃଶକ୍ତି ଙ୍କୁ ୨୭ ଟି ସିଲେଇ ମେସିନ ବଣ୍ଟନ


ନୂଆପଡ଼ା,(ଆଜତକ୍ ଓଡ଼ିଶା) ଖୋଲହାରାଜ ଗୋଣ୍ଡୱାନା ସମାଜ ମୁଢ଼େଲା ସର୍କଲ -୨ ଦ୍ୱାରା ଗ୍ରାମ ଦର୍ଲିନୂଆପଡା ଠାରେ ଏକ ସାମାଜିକ ବୈଠକ ଅନୁଷ୍ଠିତ କରାଯାଇଥିଲା । ସର୍ବ ପ୍ରଥମେ ଆରାଧ୍ୟା ଦେବତା ବଡ଼ାଦେଓଙ୍କ ଦୀପ ପ୍ରଜ୍ବଳନ ସହିତ ଧୂପ, ପୁଷ୍ପ ଦେଇ ଆରତୀ କରାଗଲା । ଏହା ପରେ ମୁଢ଼େଲା ସର୍କଲ -୨ ର ଅଧ୍ୟକ୍ଷ ତିରୁ. କୁୱର ସିଂ ମାଝୀ ଙ୍କ ସଭାପତିତ୍ୱ ରେ ସଭା ଆରମ୍ଭ କରାଗଲା । ଦୁର ଦୂରାନ୍ତରୁ ଆସିଥିବା ସମସ୍ତ ଅତିଥି ଙ୍କୁ ସ୍ୱାଗତ କରାଗଲା । ଏହି ସଭାରେ ସମାଜର ମାତୃଶକ୍ତିଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରି ସେମାନେ ନିଜ ଗୋଡ଼ ରେ ନିଜେ କିପରି ଛିଡ଼ା ହୋଇ ରୋଜଗାର କ୍ଷମ ହୋଇ ଦୁଇପଇସା ଉପାର୍ଜନ କରିପାରିବେ ସେଥିପାଇଁ ଉତ୍ସାହିତ କରାଗଲା । ଏହା ପରେ ମାତୃଶକ୍ତିଙ୍କୁ ୨୭ ଟି ସିଲେଇ ମେସିନ ଅତିଥି ଙ୍କ କରକମଳରୁ ବଣ୍ଟନ କରାଗଲା । ଏହି ଅବସରରେ ତିରୁ. ଶ୍ରୀଯୁକ୍ତ କୁୱର ସିଂ ମଝି(ଅଧ୍ୟକ୍ଷ- ମୁଢ଼େଲା ସର୍କଲ -୨ , ତିରୁ. ଶ୍ରୀଯୁକ୍ତ ଅକୁଳ ସିଂ ମଝି (ଅଧ୍ୟକ୍ଷ- ମୁଢ଼େଲା ସର୍କଲ -୧ , ତିରୁ. ବଜରଙ୍ଗ ମଝି (ଅଧ୍ୟକ୍ଷ - ଗୋଣ୍ଡୱାନା ସେବା ସଙ୍ଘ ଟ୍ରଷ୍ଟ ), ତିରୁ. ଶ୍ରୀଯୁକ୍ତ ଗୋପାଳ ମାଝୀ , ଅଧ୍ୟକ୍ଷ -ଗୋଡ଼ତର ସର୍କଲ , ତିରୁ. ଶ୍ରୀଯୁକ୍ତ ଭଗବାନ ସିଂ ମାଝୀ , ପୂର୍ବ ମହାମନ୍ତ୍ରୀ , ତିରୁ. ଶ୍ରୀଯୁକ୍ତ ହୀରାଲାଲ ମାଝୀ , ସମ୍ପାଦକ_ମୁଢ଼େଲା ସର୍କଲ -୨, ତିରୁ. ଶ୍ରୀଯୁକ୍ତ ଜୁଲାଫ ସିଂ ମାଝୀ, ପୂର୍ବ ରାଜ୍ୟ ସମ୍ପାଦକ , ରିତୁ. ଶ୍ରୀଯୁକ୍ତ ଅଞ୍ଜରସିଂ ମାଝୀ ପୂର୍ବ କୋଷାଧକ୍ଷ୍ୟୟ , ତିରୁ. ଶ୍ରୀଯୁକ୍ତ ଚୂମନ ମାଝୀ (ଅଡିଟର ) ଓ ମୁଢ଼େଲା ସର୍କଲ ର ସମସ୍ତ ପଞ୍ଚ ଏବଂ ଗ୍ରାମର ମାତୃଶକ୍ତି ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

Post a Comment

Previous Post Next Post