ହଟହଟା ହେଲେ ଗ୍ରାମ ବାସୀ


ବାଲିଆପାଳ (ପ୍ରଭାକର ମଲ୍ଲିକ) ତ୍ରିସ୍ତରୀୟ ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବାବେଳେ ବିଭିନ୍ନ ଦଳ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ପ୍ରଲୋଭିତ କରାଇବାକୁ ଉଦ୍ୟମ ଆରମ୍ଭ କରିଥିବା ସାଶକ ବିଜେଡି କିନ୍ତୁ ଏହାଠୁ ପାଦେ ଆଗକୁ ଜାଇ ମୁଖ୍ୟତଃ ବନ୍ଦର ହେବାକୁ ଥିବା ଦକ୍ଷିଣ ବାଲିଆପାଳ ର ପଞ୍ଚାୟତ ଗୁଡିକରେ ଅଭିନବ ଉଦ୍ୟମ ଆରମ୍ଭ କରିଛି।ବିଜୁ ଜନତା ଦଳର ପରିଚୟପତ୍ର ବେକରେ ପକାଇ କିଛି ପୁଅ ଓ ଝିଅ ପଞ୍ଚାୟତର ମୁଖ୍ୟତଃ ମହିଳା ମାନଙ୍କୁ ଭେଟି କୋଭିଡ୍ ଟୀକାର ଦ୍ବିତୀୟ ଡୋଜ ନେଇଥିବା ମହିଳା ମାନଙ୍କର ବ୍ୟାଙ୍କ ପାସବୋକ୍ ନେବାସହ ଫୋନପେ ନମ୍ବର ତଥା ମୋବାଇଲ ନମ୍ବର ମଧ୍ୟ ନେଉଥିବାର ଅଭିଯୋଗ ହେଉଛି। ଏବଂ ପାଞ୍ଚଶହ ଟଙ୍କା ଲେଖାଏଁ ଏକାଉଣ୍ଟ୍ କୁ ଆସିବାର ପ୍ରଲୋଭନ ଦେଖାଉଛନ୍ତି।

ଏପରୀ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଅଳାଡିହା ଗ୍ରାମପଞ୍ଚାୟତର ନାରାୟଣପୁର ଗ୍ରାମରେ।

ସ୍ଥାନୀୟ ଗ୍ରାମବାସୀ ଏପରି ବେଆଇନ୍ କାର୍ଯ୍ୟ କୁ ବିରୋଧ କରିଥିବାବେଳେ ମୋବାଇଲ୍ ରେ ଡାଟା ଡିଲିଟ୍ କରାଇବାସହ ଏପରି କାର୍ଯ୍ୟ ନକରିବାର ପ୍ରତିଶ୍ରୁତି ପରେ ଆସିଥିବା ଝିଅ ଓ ପୁଅକୁ ସମ୍ମାନର ସହ ଛାଡିଥିଲେ। ତେବେ ବିଜେଡି ର ଏପରି ହୀନ କାର୍ଯ୍ୟ କୁ ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି।


ବାଲେଶ୍ଵର ଜିଲ୍ଲା ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ

Post a Comment

Previous Post Next Post