ସବୁ କ୍ଷେତ୍ରରୁ କଟକଣା ହଟିଛି , ଟ୍ରେନ୍‌ ଚଳାଚଳରେ ଲଗାମ କାହିଁକି


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା): ଗତ ୨ ବର୍ଷରୁ ଅଧିକ କାଳ କରୋନାର କାୟା ବିସ୍ତାର ଯୋଗୁଁ ବିଭିନ୍ନ କାର୍ଯ୍ୟରେ କଟକଣା ଲାଗିଥିବାରୁ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ଦୀର୍ଘଦିନ ପରେ ରେଳବାଇ ପକ୍ଷରୁ ସ୍ଵତନ୍ତ୍ର ରେଳ ନାମରେ ଏବଂ ୩୦ ପ୍ରତିଶତ ଅଧିକ ଭଡାରେ ହାତଗଣତି ରେଳ ଚଳାଚଳ କରିଥିଲେ ଏବଂ ଏବେ ନିୟନ୍ତ୍ରିତ କରୋନା ଭାରତରେ ସବୁ ଖୋଲାମେଲା ହୋଇଥିବା ବେଳେ ଟ୍ରେନ୍‌ ଚଳାଚଳର ସ୍ୱାଭାବିକ ଦେଖା ଯାଉନାହିଁ ସ୍ପେଶାଲ ଟ୍ରେନ ନାଁ ରେ ଭଡା ନେବା ରେଳ କତ୍ତୃପକ୍ଷ ବନ୍ଦ କରି ଦେବା ବର୍ତ୍ତମାନ ସତ କିନ୍ତୁ ସମସ୍ତ ଏକ୍ସପ୍ରେସ ଏବଂ ପେସେଂଜର ଟ୍ରେନ ଆଜି ଯାଏଁ ଚାଲି ନାହିଁ, ଏଥୁନେଇ ସବୁ ଟ୍ରେନ୍ ନିର୍ଦ୍ଧାରିତ ପୂର୍ବ ସମୟରେ ଚଳାଚଳ କରିବାକୁ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ରେଳମନ୍ତ୍ରୀ ଏବଂ ରେଳବାଇ ବୋର୍ଡର ଦୃଷ୍ଟି ଆକର୍ଷଣ କରାଯାଇଛି । ୨୦୧୯ ମସିହା ଡିସେମ୍ବର ମାସରୁ କରୋନାର ପ୍ରଭାବ ଦେଖା ଦେଇଥିବା ବେଳେ ୨୦୨୦ ମାର୍ଚ୍ଚରେ କଟକଣା ଲାଗୁ ହୋଇଥିଲା ରେଳବାଇ ପକ୍ଷରୁ ସମସ୍ତ ପାସେଞ୍ଜର , ଏକ୍ସପ୍ରେସ୍ , ସୁପରଫାଷ୍ଟ ଟ୍ରେନ୍‌ ଚଳାଚଳ ବନ୍ଦ କରାଯିବା ଏବେ କେତୋଟି ଟ୍ରେନ୍‌ ଚଳାଚଳା କରି ଆସୁଛି ,ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍‌ଲାଇନ୍‌ରେ ଟିକଟ କାଟିବା , ଏକ୍ସପ୍ରେସ୍ ସୁପର ଫାଷ୍ଟରେ ଅଣ ସଂରକ୍ଷଣ ଯାତ୍ରୀଙ୍କ ବ୍ୟବସ୍ଥା ନରହିବା , ଅନେକ ପାସେଞ୍ଜର ଟ୍ରେନ ବନ୍ଦ ହେବ ପ୍ଲାଟଫର୍ମରେ ରହିବା ବ୍ୟବସ୍ଥା ନହେବା , ରେଳବାଇର ବିଭିନ୍ନ ଡିଭିଜନ୍‌ରେ ଭିନ୍ନ ପ୍ରକାରର ଯାତ୍ରୀ ଭଡା ରହିବା ସହିତ ଅଧିକ ମୂଲ୍ୟର ଭଡା ଲାଗିବା ଦ୍ଵାରା ଲୋକଙ୍କ ଯାତାୟାତ ବ୍ୟାହତ ହୋଇଛି । ବସ୍‌ଗୁଡିକରେ ନାହିଁନଥିବା ଭିଡ ଲାଗି ରହିଥିବା ବେଳେ ଟ୍ରେନ୍ ଅଭାବରୁ ଲୋକେ ଟେମ୍ପୋ , କାର୍ , ବାଇକ୍‌କୁ ଆଦରି ନେଇଛନ୍ତି । ଅନ୍ୟପକ୍ଷରେ ଏସବୁ ଯାନଗୁଡିକର ଦୁର୍ଘଟଣା ବଢିଚାଲିଛି ଏବେ କରୋନା ନିୟନ୍ତ୍ରଣକୁ ଆସିଲାଣି ବହୁ ସ୍ଥାନରୁ କଟକଣା ଉଠିଲାଣି ରେଳ ଷ୍ଟେସନ ରେଳବଗି ମଧ୍ୟରେ ସାଂସ୍କୃତିକ ସମାଜିକ କାର୍ଯ୍ୟରେ ହାଟ ବଜାରରେ , ବସ୍‌ରେ ଯାତାୟାତ ବେଳେ ଧର୍ମାନୁଷ୍ଠାନ ଗୁଡିକରେ ଏପରିକି ଶିକ୍ଷାନୁଷ୍ଠାନରେ ମଧ୍ୟ କଟକଣାର ବିଶେଷ ପ୍ରଭାବ ନାହିଁ । ସରକାର କରୋନା ସଂପର୍କରେ ହୃଦ୍‌ବୋଧ ହୋଇ ନିୟମ କୋହଳ ହୋଇଛି । ଏପରିକି ମୁହଁରେ ତୁଣ୍ଡି ସାମାଜିକ ଦୂରତା ମଧ୍ୟ ଉଠିବାକୁ ବସିଲାଣି କିନ୍ତୁ ସାମଗ୍ରୀକ ଭାବରେ ଟ୍ରେନ୍‌ ଚଳାଚଳ ନାହିଁ । ରେଳ ହେଉଛି ଗମନାଗମନ ଲାଗି ଏକ ପ୍ରମୁଖ ମାଧ୍ୟମ । କିନ୍ତୁ ୨ବର୍ଷରୁ ଅଧିକ ସମୟ ଧରି ଯାତ୍ରୀମାନଙ୍କର ଯାତାୟାତ ଏକ ସମସ୍ୟା ଭାବେ ଦେଖା ଦେଲାଣି । ସବୁକୁ ଲକ୍ଷ୍ୟକରି କଣ୍ଟାବାଞ୍ଜି ପ୍ରେସ କ୍ଲବ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ସବିଶେଷ ଜଣାଇଛନ୍ତି । ଏପରିକି ଟୁଇଟ୍‌ ଜରିଆରେ ମଧ୍ୟ ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହା ସହିତ ପୂର୍ବତଟ ରେଳପଥ ମୁଖ୍ୟପ୍ରବନ୍ଧକଙ୍କୁ ମଧ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଛି ଅତିଶୀଘ୍ର ସମସ୍ତ ଟ୍ରେନ୍ ଚଳାଚଳ କରିବାକୁ ଦାବି ହେଉଛି ।

1 Comments

  1. NetEnt on Twitter: "We're back with the best NetEnt slot
    We're back with 파라오 카지노 the best NetEnt slot 샌즈 games! 우리 카지노 Free casino slots! 카지노 #slots choegocasino.com twitter #livecasino #live #lucky #slots #penny

    ReplyDelete

Post a Comment

Previous Post Next Post