କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) : ଆଜିର ଯୁଗରେ ବୁନ୍ଦାଏ ରକ୍ତ ପାଇଁ ଲୋକଙ୍କ ଜୀବନ ଚାଲି ଯାଉଛି। ଠିକ ସମୟରେ ଯଦି ରକ୍ତ ମିଳିପାରିବ ତାହେଲେ ଅନେକ ଲୋକଙ୍କ ଜୀବନ ବଂଚିଯାଇପାରିବ । ରକ୍ତ ଭଣ୍ଡାର ମାନଙ୍କରେ ଯଦି ରକ୍ତ ସବୁବେଳେ ମହଜୁଦ ରହିବ ତାହେଲେ ଆମେ ଅନେକ ଜୀବନ ବଞ୍ଚାଇ ପାରିବା । ତେଣୁ ଆମେ ସମସ୍ତେ ମିଶି ରକ୍ତଦାନ କରିବା ପାଇଁ ଆଗକୁ ଆସିବା । ରକ୍ତଦାନ ମହତ ଦାନ ଏହି ସ୍ଲୋଗାନ କୁ ନେଇ ଆଜି ସ୍ଥାନୀୟ ରୋଡ଼ ନ-୩ କଣ୍ଟାବାଞ୍ଜି ହରିଭବନ ଠାରେ ହମାରେ ପଡୋଶୀ ସଂଗଠନ ତରଫରେ ଦମ୍ପତି ମାନଙ୍କୁ ନେଇ ଷଷ୍ଠ ବର୍ଷ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।
ଏହି ଶିବିର ପ୍ରତ୍ୟେକ ବର୍ଷ ଫେବ୍ରୁଆରୀ ୧୪ ରେ ରକ୍ତଦାନ କରିବା ପାଇଁ ହମାରେ ପଡୋଶୀ ସଂଗଠନ ତରଫରୁ ଆୟୋଜନ କରାଯାଏ । ଡକ୍ଟର ରାକେଶ ପଣ୍ଡିତ ଏହି ଶିବିର କୁ ଉଦଘାଟନ କରିଥିଲେ । ଆନଂଦ ମୋଟେ, ସଚିନ ଜିନ୍ଦଲ, ମନିଶ ଅଗ୍ରୱାଲ, ସନ୍ଦୀପ ଅଗ୍ରୱାଲ, ଗୋବିନ୍ଦ ଖଣ୍ଡେଲବାଲ, ଅରୁଣ ଶର୍ମା, ସୁଶୀଲ ଶର୍ମା ସହ ଅନ୍ୟ ମାନଙ୍କ ସହ ବ୍ଲଡ଼ ରକ୍ତଦାନ ପରିଚାଳନା ସମିତି ସଦସ୍ୟ ଆଶିଷ ଖେତାନ,ରୋଗୀ କଲ୍ୟାଣ ସମିତି ସଦସ୍ୟ ପ୍ରବଜିତ ସିଂହ ସାଲୁଜା ସହ ମେଡିକାଲ ଦଳ ଶିବ ସାହୁ, କୁନାଲ ଦାସ, ସୁନିତା ଭୋଇ, ପ୍ରଶାନ୍ତ ସାହୁ, ଗୁରୁବାରୁ ରଣା ଉପସ୍ଥିତି ଥିଲେ । ୬୧ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
Post a Comment