କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ସାଧାରଣ ବୈଠକ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ମୁଖ୍ଯ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ଯୋଗ ଦେଇଥିଲେ। ବୈଠକରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା , ଉପାଧ୍ୟକ୍ଷ ମାମରାଜ ଜୈନ, ଜିଲ୍ଲାପରିଷଦ ସଦସ୍ଯ ଉଦ୍ଧବ ବେହେରା , ଜିଲ୍ଲାପରିଷଦ ସଦସ୍ଯା ଛନ୍ଦାରାଣୀ ନାଏକଙ୍କ ସହ ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ଯ ଯୋଗ ଦେଇଥିଲେ।ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ ଅବଗତ କରିବାସହ ଆଲୋଚନା କରା ଯାଇଥିଲା ।
ଶେଷରେ ବିଧାୟକ ଶ୍ରୀ ସାଲୁଜା କହିଥିଲେ ଏହି ବୈଠକ ହୁଏତ ଆପଣ ମାନଙ୍କ ଶେସନ ର ଶେଷ ବୈଠକ ହୋଇପାରେ। କିନ୍ତୁ ତାହା ଜଣେ ନିର୍ବାଚିତ ପ୍ରତିନିଧି ହିସାବରେ, ହେଲେ ଆପଣ ମାନଙ୍କ ଦାୟୀତ୍ବ ସରିନି। ନିର୍ବାଚିତ ନ ହୋଇ ବି ଲୋକଙ୍କ ସେବା ଓ ସାହାଯ୍ଯ କରା ଯାଇପାରେ ବୋଳି ମତବ୍ୟକ୍ତ କରିଥିଲେ । ମୁଁ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି ଯେ ଆପଣ ମାନେ ପୁଣିଥରେ ନିର୍ବାଚିତ ହୋଇ ଆସନ୍ତୁ ଏବଂ ବଙ୍ଗୋମୁଣ୍ଡା ବ୍ଲକର ବିକାଶ କାର୍ଯ୍ଯକୁ ଆଗେଇ ନିଅନ୍ତୁ ବୋଲି କହିଥିଲେ।
Post a Comment