ବାଲେଶ୍ବର,(ପ୍ରଭାକର ମଲ୍ଲିକ) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ଅନ୍ତର୍ଗତ ପୁଟୁରା ପଞ୍ଚାୟତରେ ବିଶୁଦ୍ଧ ପିଇବା ପାଣି ସହିତ ଗ୍ରାମାଞ୍ଚଳରେ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଅଶ୍ବନୀ କୁମାର ପାତ୍ର। ସୂଚନା ଅନୁସାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଅନୁମୋଦନ କ୍ରମେ ପୁଟୁରା ଗ୍ରାମ ରେ ୫୦ ହଜାର ଲିଟର ପାଣିଟାଙ୍କି ଏବଂ ବାଲିସାହି ଗ୍ରାମରେ ଏକଲକ୍ଷ ଲିଟର ପାଣିଟାଙ୍କି ପାଇଁ ଏକ କୋଟି ତେର ଲକ୍ଷ୍ୟ ଟଙ୍କା ସହିତ ପୁଟୁରା ଗ୍ରାମରେ ଏକ ପ୍ରମୋଦ ଉଦ୍ୟାନ ପାଇଁ ୩୫ ଲକ୍ଷ୍ୟ ବ୍ୟୟଅଟକଳ ହୋଇଥିବା ବେଳେ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ଜଳେଶ୍ଵର ବିଧାୟକ ଦ୍ୱାରା ନୂତନ ସମ୍ମିଳନୀ କକ୍ଷର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ଅନ୍ତର୍ଗତ ପୁଟୁରା ପଞ୍ଚାୟତ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୫ ଲକ୍ଷ୍ୟ ବ୍ୟୟଅଟକଳ ରେ ମିଶନ ଶକ୍ତି ଗୃହ ଏବଂ ୧୦ ଲକ୍ଷ୍ୟ ଟଙ୍କା ବ୍ୟୟଅଟକଳ ରେ ଜନସାଧାରଣଙ୍କ ସୁବିଧା ଗୃହର ଉଦଘାଟନ କରାଯାଇଛି। ସରପଞ୍ଚ ନିବେଦିତା ପରିଡ଼ାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଳେଶ୍ଵର ବିଧାୟକ ଅଶ୍ୱନୀ ପାତ୍ର, ବସ୍ତା ବ୍ଲକ ଚେୟାରମେନ ଲକ୍ଷ୍ମୀଧର ଦାସ ଯୋଗଦେଇ ସମ୍ମିଳନୀ କକ୍ଷ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। । ସମୁଦାୟ ପୁଟୁରା ପଞ୍ଚାୟତ ରେ ବିଧାୟକ ଏକ କୋଟି ତେଷଠି ଲକ୍ଷ୍ୟ ଟଙ୍କା ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ବିଧାୟକ ପୁଟୁରା ପଞ୍ଚାୟତରେ ପ୍ରମୋଦ ଉଦ୍ୟାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ଗ୍ରାମାଞ୍ଚଳରେ ମହିଳା ମାନଙ୍କ ପାଇଁ ନବୀନ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଆସୁଥିବା ବେଳେ ଉକ୍ତ ପ୍ରମୋଦ ଉଦ୍ୟାନ ବସ୍ତା ବ୍ଲକରେ ଏକ ନମ୍ବର ସ୍ଥାନ ଅଧିକାର କରିବା ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।
Post a Comment