ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଆଜି ବୌଦ୍ଧ ଜିଲ୍ଲା ବିରନରସିଂହପୁର ପଞ୍ଚାୟତର ନୂଆପଡା ଡ୍ୟାମ ଠାରେ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ଆସନ୍ତା ୨୦୨୨ଜାନୁଆରୀ ୨ତାରିଖ ବୌଦ୍ଧ ଦିନ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଜାନୁଆରୀ ୨ ତାରିଖକୁ ବୌଦ୍ଧ ଦିନ ଭାବରେ ଧୁମ୍ ଧାମରେ ପାଳନ କରିବା ପାଇଁ ଯୋଜନା କରାଗଲା। ବୌଦ୍ଧ ଦିନ ଉପଲକ୍ଷେ ଜିଲ୍ଲାରେ ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ଶୁଖିଲା ଖାଦ୍ୟ ବଣ୍ଟନ , ଅସହାୟ ଙ୍କୁ ସହାୟତା ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ବୌଦ୍ଧ ସହରରେ ଅବସ୍ଥିତ ବୁଦ୍ଧ ପାର୍କରେ ବୌଦ୍ଧ ଦିନ ପାଳନ କରାଜୀବ ଏବଂ ବୌଦ୍ଧ ମାଟିର ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଗର୍ଜନ ସେନା ସଭାପତି ବାଲ୍ମିକୀ ମହାକୁଡ଼ ସୂଚନା ଦେଇଛନ୍ତି।
ଜିଲ୍ଳାର ସମସ୍ତ କ୍ଲବ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଯୁବ ବର୍ଗ ବୌଦ୍ଧ ଦିନ ପାଳନ କରିବା ପାଇଁ ଗର୍ଜନ ସେନା ଆହ୍ୱାନ ଦେଇଛି। ବୈଠକରେ ଗର୍ଜନ ସେନା କାର୍ଯ୍ୟକର୍ତ୍ତା ବ୍ରଜ ବିହାରୀ ମହାକୁଡ଼, ଅମିତ୍ ପ୍ରଧାନ, ଚନ୍ଦନ ପ୍ରଧାନ, ଲିକୁନ୍ ମହାକୁଡ଼, ଅଜୟ ପାତ୍ର, ଶ୍ରୀକାନ୍ତ ମହାକୁଡ଼, ସିଲୁ ମାହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment