ଟ୍ରାଫିକ ସମସ୍ୟା ଓ ଆଇନ ଶୃଙ୍ଖଳା ନେଇ ସିନ୍ଧେକେଲା ଥାନାରେ ବଣିକସଂଘ ଓ ପୋଲିସର ବୈଠକ


 ସିନ୍ଧେକେଲା,(ଆଜତକ୍ ଓଡ଼ିଶା)ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ପୋଲିସ ଷ୍ଟେସନ ଅଭ୍ୟର୍ଥନା କକ୍ଷରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀଙ୍କ ତତ୍ତ୍ଵାବଧାନରେ ବଣିକସଂଘ ଓ ପୋଲିସ ପ୍ରଶାସନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସିନ୍ଧେକେଲା ଥାନାରେ ନୁଆ ଯୋଗ ଦେଇଥିବା ଥାନାଧିକାରି ଆଲୋକ ବେହେରା ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସିନ୍ଧେକେଲା ରେ ଗୁରୁତର ଟ୍ରାଫିକ ସମସ୍ୟା କୁ କେମିତି ନିୟନ୍ତ୍ରଣ କରାଯିବ, ଅଞ୍ଚଳରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା କୁ ଠିକ ରାସ୍ତାରେ କେମିତି ଅଣାଯିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବଣିକ ସଂଘ ସଭାପତୀ ସୁବାସ ଜୈନ ସିନ୍ଧେକେଲା ଥାନାରେ ଷ୍ଟାଫ କମ ଥିବା ଏବଂ ଥାନା ଏରିଆ ବଡ ଥିବାରୁ ତୁରନ୍ତ ଷ୍ଟାଫ ପ୍ରଦାନ କରିବା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସମୟ ସାରଣୀ ପ୍ରସ୍ତୁତ କରିବା ନେଇ ଏସଡିପିଓ ଶ୍ରୀ ସତପଥୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜଣେ ଥାନାଧିକାରି ବିନା ଷ୍ଟାଫ ରେ ଚାହିଁଲେ ବି ଆଇନ ଶୃଙ୍ଖଳା ତଥା ଟ୍ରାଫିକ ନିୟନ୍ତ୍ରଣ କରିବା ସମ୍ଭବପର ହେବ ନାହିଁ ବୋଲି ଉପସ୍ଥିତ ସମସ୍ତ ସଭ୍ଯ ମତବ୍ୟକ୍ତ କରିଥିଲେ। ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡା ଜିଲ୍ଲାର ସିମାନ୍ତ ରେ ସିନ୍ଧେକେଲା ଥାନା ଅବସ୍ଥିତ ଥିବାରୁ ମୁଳ୍ୟବାନ ଖଣିଜ ଦ୍ରବ୍ଯ , ଜଙ୍ଗଲଯାତ ଦ୍ରବ୍ଯ , ଗୋ ଚାଲାଣ ଭଲି ବିଭିନ୍ନ ଚୋରାଚାଲାଣ କାରୀ ବେଶ ଆରାମରେ ଏ ଥାନା ଅଞ୍ଚଳ ଦେଇ ଯାତାୟତ କରୁଥିବା ନଜିର ରହିଛି । ଏହାସହ ନିଶା କାରବାର ଓ ସଟ୍ଟା କାରବାର ର ପେଣ୍ଠସ୍ଥଳୀ ରୁପେ ଉଭା ହୋଇଛି ସିନ୍ଧେକେଲା ଥାନା ଅଞ୍ଚଳ। ଏହି କାରଣରୁ ଚୋରୀ , ଲୁଟ ଓ ରାହାଯାନୀ ବଢିଛି ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ସିନ୍ଧେକେଲା ଥାନାକୁ ଏକ ପଞ୍ଚାୟତ ଲେବେଲ ଥାନାର ଦୃଷ୍ଟିରେ ନ ଦେଖି ଅଞ୍ଚଳର ଅବସ୍ଥିତି କୁ ନଜର ଦେବା ଜରୁରୀ ବୋଳି ମତପ୍ରକାଶ ପାଇଥିଲା। ଏସଡିପିଓ ଶ୍ରୀ ସତପଥୀ ଓ ଥାନାଧିକାରି ଶ୍ରୀ ବେହେରା ତାଙ୍କ ମୋବାଇଲ ନମ୍ବର ସମସ୍ତଙ୍କୁ ଦେବାସହ ପୋଲିସ ସବୁବେଲେ ଆପଣ ମାନଙ୍କ ସହ ରହିଛି , ରହିବ କିନ୍ତୁ ଆପଣ ମାନଙ୍କ ସହଯୋଗ ମଧ୍ଯ ନିହାତି ଜରୁରୀ ବୋଲି କହିଥିଲେ ଏବଂ ନିଜେ ତଥା ନିଜ ପରିବାର ଓ କଷ୍ଟୋପାର୍ଜିତ ସମ୍ପତ୍ତି କୁ କେମିତି ସୁରକ୍ଷା ଦିଆଯିବ ତାହା ସ୍ପଷ୍ଟ ଭାବେ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ। ଶେଷରେ ସଂଘ ସଭାପତି ଶ୍ରୀ ଜୈନ ଧନ୍ୟବାଦ ଅର୍ପଣ କରିବାସହ ବଣିକସଂଘ ସବୁବେଳେ ପୋଲିସ ପ୍ରଶାସନ ସହ ଜଡିତ ରହି ସହଯୋଗ କରିବ ବୋଳି କହିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବଣିକସଂଘ ର ଛତ୍ରପାଳ ଜୈନ, କିରୋଡି ଜୈନ, ସନ୍ତୋଷ ଜୈନ, ସରୋଜ ଜୈନ, ଜଗନ୍ନାଥ ଜୈନ, ଗୋବିନ୍ଦ ସାହୁ, ସାୟର ଜୈନ, ଅନିଲ ଜୈନ , ଗୋପୀ ସାହୁ , ମନୋଜ ଜୈନ, ପ୍ରକାଶ ଜୈନ, ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ, ଦିନେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post