ଜୟପୁର, (ଆଜତକ ଓଡ଼ିଶା): ହାରିଲା ଓମିକ୍ରନ୍, ଜିତିଲେ ସଂକ୍ରମିତ । ରାଜସ୍ଥାନର ରାଜଧାନୀ ଜୟପୁରର RUHS ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓମିକ୍ରନ୍ ଭାରିଆଣ୍ଟର ସମସ୍ତ ୯ ଜଣ ଯାକ ରୋଗୀ କରୋନା ସଂକ୍ରମଣରୁ ମୁକ୍ତି ପାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ଏହି ସୂଚନା ଦେଇଛି । ସମସ୍ତ ରୋଗୀଙ୍କୁ ଡିସେମ୍ବର ୫ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତଙ୍କୁ ଡିସଚାର୍ଜ କରାଯାଇଛି ଏବଂ ୭ ଦିନ ପାଇଁ ଘର କ୍ୟାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।ନଭେମ୍ବର ୨୫ରେ ୪ ଜଣିଆ ଏକ ପରିବାର ଦକ୍ଷିଣ ଆଫ୍ରିକାରୁ ଜୟପୁରକୁ ଆସିଥିଲେ । ଆନ୍ତର୍ଜାତୀୟ ଯାତ୍ରାରୁ ଫେରିଥିବା ଏହି ପରିବାର ସେହି ଦିନ ହିଁ ଆଦର୍ଶ ନଗରରେ ରହୁଥିବା ୫ଜଣଙ୍କୁ ଭେଟିଥିଲେ । ଏହା ପରେ ଡିସେମ୍ବର ୫ରେ ସମସ୍ତ ୯ଜଣ ବ୍ୟକ୍ତି କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନରେ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା ।

Post a Comment