ଧାର୍ଯ୍ୟ ସମୟ ଭିତରେ ସଂପୂର୍ଣ୍ଣ ହୋଇଥିବା 5T ସ୍କୁଲ ଉଦ୍ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରିପୋର୍ଟର : ସୁଶାନ୍ତ କୁମାର ବେହେରା ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜ଼ିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟ ରେ ୧୦ ଗୋଟି 5 T ସ୍କୁଲ  ମିଳିଥିଲା । ଯାହାକି ଧାର୍ଯ୍ୟ ସମୟ ଭିତରେ  ସମ୍ପୂର୍ଣ୍ଣ ହୋଇ ଥିବାରୁ  ଆସନ୍ତା କାଲି ତା.୧୪.୧୧.୨୦୨୧ (ରବିବାର ) ଦିନ  ତାର ଉଦ୍ଘାଟନୀ  ଉତ୍ସବ ଅନୁଷ୍ଠିତ ହେବ । ରାଜ୍ୟ ସରକାର  ପରବର୍ତ୍ତୀ ପର୍ଯ୍ୟାୟ ରେ ୩୨ ଗୋଟି ସ୍କୁଲ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆସନ୍ତା କାଲି ବୌଦ୍ଧ ସରକାରୀ  ବାଳିକା ଉଚ୍ଚ ବିଦ୍ୟାଳୟ ଏହି ଉଦ୍ଘାଟନୀ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପ୍ରକଳ୍ପ ନିର୍ଦେଶକ , ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମେହେର ଙ୍କ ଅଧ୍ୟକ୍ଷ୍ୟତା ରେ ଏକ ପ୍ରସ୍ତୁତି ବୈଠକ ସରକାରୀ ବାଳିକା ଉଚ୍ଚ  ବିଦ୍ୟାଳୟ ଶ୍ରେଣୀ କକ୍ଷ ରେ ଅନୁଷ୍ଠିତ ହୋଇ ସମସ୍ତ ଅଧିକାରୀ  ଙ୍କୁ ଦାୟିତ୍ୱ  ଦିଆଯାଇଛି । ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଜ଼ିଲ୍ଲା ଶିକ୍ଷା ଅଧିକାରୀ  ଉଦୟ ମାଝୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ତହସିଲଦାର  ଅବିନାଶ ପାଣ୍ଡିଆ, ବି. ଡ଼ି. ଓ, ବୌଦ୍ଧ ଦେବି ପ୍ରସାଦ ଦାଶ, ବି. ଡ଼ି. ଓ., ହରଭଙ୍ଗା ବିଡ଼ିଓ ସ୍ମିତା ରଥ, ଉପଜିଲ୍ଲାପାଳ ସନତ ନାୟକ , ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଂଚଳ ପରିଷଦ ଇଂ. ମନୋରଞ୍ଜନ ପଣ୍ଡା, sp ଡ଼ି. ସ୍କିମ ସନ୍ଧ୍ୟାରାଣୀ ମହାପାତ୍ର, ଏ. ପି. ଡ଼ି. ଟ୍ରେନିଂ ଅମ୍ରିତା ପ୍ରିୟଦର୍ଶିନୀ ମହାପାତ୍ର, ଜିଲ୍ଲା ପରିଷଦ ପି. ଏ. ଅମୁଲ୍ୟନାଥ ପାଢ଼ୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Post a Comment

Previous Post Next Post