ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଆୟୋଜିତ


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା)  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ପୁରୁଣାକଟ ଭୈରବୀ ଜୁନିଅର କଲେଜ ତରଫରୁ ଆଜି ରେଡ କ୍ରସ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା । ଭୈରବୀ କଲେଜ ର  ଅଧ୍ୟାପକ ଶ୍ରୀ ମନୋଜ କୁମାର ପାଠୀ ଙ୍କ ନେତୃତ୍ୱ ରେ ରେଡ କ୍ରସ କ୍ୟାମ୍ପ ଆରମ୍ଭ ହୋଇଥିଲା । ୫୦ ଜନ ଛାତ୍ର, ଛାତ୍ରୀ ଙ୍କୁ ନେଇ ଭୈରବୀ କଲେଜ ଠାରୁ ଆରମ୍ଭ କରି  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,  ପର୍ଯ୍ୟନ୍ତ ରେଡ କ୍ରସ ର ସଫେଇ ଅଭିଯାନ ଆରମ୍ଭ ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପଛପଟେ ଥିବା ହରିଜନ ସାହି ରେ ସମସ୍ତ ରାସ୍ତା ଘାଟ ସଫା କରାଯାଇଥିଲା ଏବଂ ଆଖ ପାଖ ସମସ୍ତ ଅଞ୍ଚଳ ରେ ମଧ୍ୟ ରାସ୍ତା ସଫା କରାଯାଇଥିଲା । ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିସରରେ ମଧ୍ୟ ସଫେଇ କରାଯାଇଥିଲା । ମନୋଜ କୁମାର ପାଠୀ ଙ୍କ ସହିତ ଅଧ୍ୟାପକ ସଦାଶିବ ଜେନା  ଏବଂ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠି ଏହି ରେଡ କ୍ରସ ର ସଫେଇ ଅଭିଯାନ ରେ ଯୋଗ ଦେଇଥିଲେ  । ଏହି ପକାର୍ଯ୍ୟକ୍ରମ  ଟି ସକାଳ ୯.୩୦ ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା । ମନୋଜ ପାଠୀ ଙ୍କ ସୂଚନା ଅନୁଯାଇ ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସ୍ବେଛାସେବୀ ର ପ୍ରମାଣ ପତ୍ର ଦିଆଯାଇଥିଲା !ଏବଂ ଆଗାମୀଦିନରେ କଲେଜ ର ବାହାର ପରିସର କୁ ଏହି କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।

Post a Comment

Previous Post Next Post