ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ ଅଭିଭାବକ ସଙ୍ଘ ବୈଠକ ଅନୁଷ୍ଠିତ

 

ରିପୋର୍ଟର : ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା)  ବୌଦ୍ଧ ଜିଲ୍ଲା ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଅଭିଭାବକ ସଙ୍ଘ ବୈଠକ ଅଭିଭାବକ ପ୍ରତିନିଧି ଅଞ୍ଜନ କୁମାର ପ୍ରଧାନ ଅଧକ୍ଷତା କରିଥିଲା ବେଳେ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସ୍ୱାଧୀନ ବିଶ୍ୱାଳ ସଭା ପରିଚାଳନା କରିଥିଲେ ଓ ଅଧକ୍ଷ ହରେକୃଷ୍ଣ ବେହେରା ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ କୃଷ୍ଣଚନ୍ଦ୍ର ସେଠି ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟ ର ବିକାଶ ପାଇଁ  ବିଭିନ୍ନ ଆଲୋଚନା ମଧ୍ୟରେ ମୋ ସ୍କୁଲ ଅଭିଯାନ କୁ ସୁଦୃଢ କରିବା ପାଇଁ ପ୍ରତ୍ୱେକ ଅଭିଭାବକ ସର୍ବ ନିମ୍ନ ପାଞ୍ଚ ଶହ ଟଙ୍କା ପୈଠ କରିବାକୁ ସର୍ବସଂମତିକ୍ରମେ ପ୍ରସ୍ତାବ ଗୃହୀତ କରାଯାଇ ନିଜସ୍ୱ ଉଦ୍ୟମରେ ତିନି ଜଣ ଶିକ୍ଷକଙ୍କୁ ନିୟଜିତ କରିବାକୁ ସ୍ଥିର କରାଯାଇଥିଲା


 । ବିଦ୍ୟାଳୟରେ ଅଭାବ ଥିବା ଶ୍ରେଣୀ ଶିକ୍ଷକ ତୁରନ୍ତ ପୂରଣ କରିବାକୁ ଜିଲ୍ଲାପାଳ ଓ ସଂଗଠନକୁ ପତ୍ର ଓ ଏକ ପ୍ରତିନିଧି ମଣ୍ଡଳୀ ଯାଇ ଭେଟିବା ପାଇଁ ସ୍ଥିର କରାଗଲା  ଆଦର୍ଶ ବିଦ୍ୟାଳୟ 5T ରେ ସାମିଲ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ବିଭିନ୍ନ ଆଲୋଚନାରେ ପୂର୍ଣ୍ଣଚନ୍ଦ୍ର କରଡ଼ିଆ, ମାନସ ପୁରୋହିତ, ମୋନଜ ସାହୁ, କୃତ୍ତିବାସ ପଲିଆ ପ୍ରମୁଖ ଭାଗ ନେଇଥିବା ବେଳେ ହିନ୍ଦୀ ଶିକ୍ଷକ ଦେବବ୍ରତ ପ୍ରଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।


Post a Comment

Previous Post Next Post