କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ତହସିଲ ଅଫିସ ଅଧିନ ରେ ତୁରେକେଲା ବ୍ଲକ ସହ କଣ୍ଟାବାଞ୍ଜି ଅଂଚଳ ର ଲୋକମାନେ ନିର୍ଭର ରହି ଥାନ୍ତି କିନ୍ତୁ ବର୍ତମାନ ଏହି ଅଫିସରେ ଲୋକମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । କର୍ମଚାରୀ ଅଭାବ ଏଠାରେ ମୁଖ୍ୟ ସମସ୍ୟା ରହିଛି, ଅନ୍ୟପଟେ ଏହି ଅଫିସରେ ବ୍ୟାପକ ଭାବେ ଲାଞ୍ଚ କାରବାର ହେଉଥିବା ଜନସାଧାରଣ ଅଭିଯୋଗ କରୁଛନ୍ତି । ଏହି ଅଫିସରେ କିଛି କର୍ମଚାରୀ ଏବଂ କିରାଣୀ ଲାଞ୍ଚ ବିନା କୌଣସି କାମ କରୁନାହାନ୍ତି, ତହସିଲଦାର ପଦ ରେ ପିପିଲି ରୁ ବଦଳି ହୋଇ କଣ୍ଟାବାଞ୍ଜି ସମୀର ବେହେରା ଯୋଗ ଦେଇ ନାହାନ୍ତି ଦାୟିତ୍ବ ରେ ଥିବା ଅତିରିକ୍ତ ତହସିଲଦାର ଭରସା ରେ ଅଫିସ ପରିଚାଳନା ହେଉଛି, ତାଙ୍କୁ ବହୁ ଦାୟିତ୍ବ ରହିଛି, ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣପତ୍ର, ନିବାସୀ ପ୍ରମାଣ ପତ୍ର, ଉତରାଧିକାରୀ ପ୍ରମାଣ ପତ୍ର, ଜମି ପଟ୍ଟା ପାଇଁ ଲୋକ ହଇରାଣ ହେଉଛନ୍ତି ଏବଂ ଯେଉଁ ମାନେ ଲାଞ୍ଚ ଦେଉଛନ୍ତି,
ସେମାନଙ୍କ କାମ ଶୀଘ୍ର ହେଉଛି ଏବଂ ଯେଉଁ ମାନେ ଲାଞ୍ଚ ଦେବା ରେ ଅକ୍ଷମ ସେମାନେ ଅଫିସ ବାରମ୍ବାର ବାରମ୍ବାର ଆସି ମଧ୍ୟ ହତାଶ ହୋଇ ଫେରୁଛନ୍ତି, ଅଫିସ ଜମି ପଞ୍ଜିକରଣ କାର୍ଯ୍ୟ ରେ ମଧ୍ୟ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହେଉଛି, ମୁଟେସନ କେଶରେ ଅର୍ଥ କାରବାର ହେଉଛି, ଗୋଟିଏ କିରାଣୀ ର ହାଥ ମୁଠା ରେ ପୁରା ଅଫିସ ପରିଚାଳିତ ହେଉଛି ବୋଲି ଅଭିଯୋଗ ହେଉଛି, ଜମି ମାପ ପାଇଁ ଆବେଦନ କରିଲେ ଲୋକମାନଙ୍କ ଜମି ୬ ମାସ ରୁ ଉର୍ଦ୍ଧ୍ବ ସମୟ ହେଲେ ମଧ୍ୟ ଜମି ମାପ କାମ ହୋଇ ପାରୁନାହିଁ । ରାଜସ୍ୱ ନିରୀକ୍ଷକ ଅଫିସରେ ମଧ୍ୟ ବ୍ୟାପକ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହେଉଛି,ଏବଂ ଏହି ଲାଞ୍ଚ କାରବାର ର ଖଳନାୟକ ସାଜିଛନ୍ତି କିରାଣୀ ରବି ତ୍ରିପାଠୀ ବାବୁ ବୋଲି ଅଭିଯୋଗ ହେଉଛି ଯିଏ ତାଙ୍କୁ ଡ଼ିଲ କରି ଖୁସି କରିଛି ତାହାର କାମ ଆରାମ ରେ ହୁଏ ଯିଏ ତାଙ୍କୁ ଖୁସି କରି ପାରି ନାହିଁ ସିଏ ଯେତେ ଥର ଅଫିସ ଗଲେ ମଧ୍ୟ ତାଙ୍କ କାମ ହେଉ ନାହିଁ, ଏମିତି ଲାଗୁଛି ତହସିଲ ଅଫିସ ସମ୍ପୁର୍ଣ୍ଣ ଭାବେ ତ୍ରିପାଠୀ ବାବୁ ଦ୍ୱାରା ପରିଚାଳିତ ହେଉଛି ବୋଲି ଅଭିଯୋଗ ହୁଏ ଯାହା ଦ୍ୱାରା ଅଫିସରେ ଲୋକ ହଇରାଣ ହେଉଛନ୍ତି । ଏଥି ପ୍ରତି ଜିଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କୁ ସାଧାରଣ ରେ ଦାବି ହେଉଛି ।
Post a Comment