ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ପ୍ରତିବାଦ ରେ ଆନ୍ଦୋଳନ

 


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) :  ଦେଶ ରେ ଦିନ କୁ ଦିନ ଦରଦାମ ବଢୁଛି ,କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରି ପାରୁ ନାହାଁନ୍ତି ଏବଂ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି ପ୍ରତିବାଦ ର ଆନ୍ଦୋଳନ କୁ ରାଜ୍ୟ ସାରା ଓହ୍ଲାଇଛି ବିଜୁ ଜନତା ଦଳ ,ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଫିରୋଜ ଖାଁ ଙ୍କ ନେତ୍ତୃତ୍ୱ ରେ ବିଜୁ ଯୁବ,ଛାତ୍ର, ମହିଳା ଜନତା ଦଳ  ତରଫରୁ ତୁରେକେଲା  ,ବଙ୍ଗୋମୁଣ୍ଡା, ମୁରିବାହଲ ବ୍ଲକ ମୁଖ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା ଦିଆଯାଇଛି ସଂଗଠନ ସମସ୍ତ କର୍ମକର୍ତ୍ତା ଗ୍ୟାସ ଅହେତୁକ ବୃଦ୍ଧି କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ତୁରେକେଲା ବ୍ଲକ ବିଜେଡି ସଭାପତି ଆସତୁଲ୍ଲା ଖାଁ, ବିଜୟ ବେହେରା, ସୁରଜିତ ସାଙ୍ଗା ସହିତ ଶତାଧିକ ମହିଳା ଓ କର୍ମୀ ଯୋଗ ଦେଇଥିଲେ।

Post a Comment

Previous Post Next Post