ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଅନୁଶାସନ ସଚିବ


ରିପୋର୍ଟର : ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ଅନୁଶାସନ ସଚିବ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ପାର୍ବତୀ ମଞ୍ଜରୀ ମହାଲିକ ବୌଦ୍ଧକୁ ନଭେମ୍ବର ୧୦ ଏବଂ ୧୧ ତାରିଖ  ଦୁଇଦିନିଆ ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଟ୍ରାଙ୍ଗୁଲାର କମିଟୀ ବୈଠକରେ ଯୋଗ  ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସଂସ୍ଥାପନ ଅଧିକାରୀ ଶାନ୍ତିସୁଧା ପାତ୍ରଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ।  ଏଥି ସହିତ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଜୋତ୍ସ୍ନା ଭୋଇ, ଜିଲ୍ଲା ପରିଷଦ ପି॰ଏ॰ ଅମୂଲ୍ୟନାଥ ପାଢ଼ୀ, ଜିଲ୍ଲା କୌଶଳ ସଂଯୋଜକ, DRDA(ORMAS) ର ଅଜୟ କୁମାର ମେହେର, ସଞ୍ଜୟ ଜେନା, DIPRO ରୀତାକାନ୍ତି ବଳିୟାରସିଂହ ଏବଂ  କର୍ମଚାରୀ ଅକ୍ଷୟ କୁମାର ମହାକୁଡ ଏବଂ ଜିଲ୍ଲା ସଂଗ୍ରହାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ମହାଳିକ ଜିଲ୍ଲା  ସଂଗ୍ରହାଳୟର ପର୍ଯ୍ୟଟନ ପ୍ରକୋଷ୍ଠ, ରାଜକୀୟ ପ୍ରକୋଷ୍ଠ, ଐତିହାସିକ ଓ ପ୍ରତ୍ନତତ୍ତ୍ଵ ବିଭାଗ, ଉନ୍ନୟନମୂଳକ ପ୍ରକଳ୍ପ, ହସ୍ତତନ୍ତ୍ର ପ୍ରକୋଷ୍ଠ, ବୌଦ୍ଧର ଖ୍ୟାତିସଂପନ୍ନ ବ୍ୟକ୍ତିଙ୍କ ପ୍ରକୋଷ୍ଠ, ପୁରାତନ ଅଭିଲେଖାଗାର ପ୍ରମୁଖ ବୁଲି ଦେଖିବାପରେ ସେ ଅଭିଭୂତ ହୋଇଯାଇଥିଲେ । ବୌଦ୍ଧ ସଂଗ୍ରହାଳୟକୁ ଦେଖି ସେ ବହୁତ ଖୁସି ହେବା ସହ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ସଂଗ୍ରହାଳୟ ପ୍ରତି ଥିବା ଆଭିମୁଖ୍ୟକୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ପରେ ସେ  ସଂଗ୍ରହାଳୟ ସ୍ଥିତ ORMAS ଷ୍ଟଲରୁ ସେ ବିଭିନ୍ନ ସାମଗ୍ରୀ  କିଣିଥିଲେ ।


ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post