କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) : ଲୁଟ ପାଇଁ ବଙ୍ଗୋମୁଣ୍ଡାରେ ଦିନ ଦିପ୍ରହରରେ ହତ୍ୟାକାଣ୍ଡ ଘଟିଯାଇଛି ।ବଙ୍ଗୋମୁଣ୍ଡାରେ ବାରମ୍ବାର ଲୁଟ,ଚୋରି ଘଟଣା ଘଟୁଛି । ଏହି ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି । ଗତ କିଛି ମାସ ପୂର୍ବରୁ ଗୋହିରାପଦର ଗ୍ରାମ ର ଜଣେ ବ୍ୟକ୍ତିଙ୍କ ଘରକୁ ଦିନ ଦିପ୍ରହର ବସି ଲୁଟ ଉଦ୍ୟମ କରିଥିଲେ ।ପୂର୍ବ ରୁ ଚୋରି ଘଟଣା ମଧ୍ୟ ଘଟିଥିବା ବେଳେ ଦିନବେଳା ବଙ୍ଗୋମୁଣ୍ଡା ରେ ଘରକୁ ପଶି ହତ୍ୟା ଘଟଣା ଘଟିବା ନେଇ ଆଇନ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ସୃଷ୍ଟି ହୋଇଛି।
ବଙ୍ଗୋମୁଣ୍ଡା ର କପଡା ବ୍ୟବସାୟୀ ବିନୋଦ ଜୈନ ଙ୍କ ଘରକୁ ପଶି କେହି ତାଙ୍କ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ବେଳେ ତାଙ୍କ ଭଉଣୀ ଗୁରୁତର ଅବସ୍ଥାରେ ଜିଲା ଚିକିତ୍ସାଲୟ କୁ ସ୍ଥାନନ୍ତରିତ କରାଯାଇଥିବା ଜଣାପଡିଛି ।ଚାରିଛକ ନିକଟରେ ଥିବା ପୂଜା ଫେସନ ଦୋକାନ ରେ ବିନୋଦ ଜୈନ ଏବଂ ତାଙ୍କ ପୁଅ ଥିଲେ ।ନୂଆଖାଇ ଦିନ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁବୃତ୍ତ ଘରକୁ ପଶି ଆସି ବିନୋଦ ଜୈନ ଙ୍କ ସ୍ତ୍ରୀ ମଞ୍ଜୁ ଦେବୀ ଜୈନ(୫୧),କାନୁନ କୁମାରୀ ଜୈନ(୫୫)ଙ୍କୁ ଆକ୍ରମଣ କରିଥିଲେ ।ଘରେ କେହି ନ ଥିବା ବେଳେ ଦୁବୃତ୍ତ ଘରକୁ ପଶି ଆସି ଆକ୍ରମଣ କରିଥିଲେ ।କୌଣସି ଥିରେ ମୁଣ୍ଡରେ ଗଭୀର ମାଡ଼ ଦେବାରୁ ଘଟଣା ସ୍ଥଳରେ ମଞ୍ଜୁ ଦେବୀ (୫୧) ଙ୍କ ମୃତ୍ୟୁ ହୋଇଥିବା ବେଳେ ବିନୋଦ ଜୈନ ଙ୍କ ବଡ଼ ଭଉଣୀ କାନୁନ କୁମାରୀ ଜୈନ ଙ୍କୁ ଗୁରୁତର ଅବସ୍ଥାରେ ଜିଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି ।nଦୋକନ ବନ୍ଦ କରି ଘରକୁ ଫେରିବା ପରେ ଘର ଭିତରେ ସ୍ତ୍ରୀ ଏବଂ ବଡ଼ ଭଉଣୀ ପଡିରହିଥିବା ଦେଖିବାକୁ ପାଇଥିଲେ । ଲୁଟ ଉଦ୍ୟମ ରେ ହତ୍ୟା ଘଟଣା ଘଟିଥିବା ସନ୍ଦେହ କରାଯାଇଛି ।ଘଟଣା ଘଟିବାର ବହୁ ବିଳମ୍ବ ରେ ପୋଲିସ ପହଂଚିଥିବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।ବଙ୍ଗୋମୁଣ୍ଡା ଥାନା ରେ କେହି ଅଧିକାରୀ ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।ବଙ୍ଗୋମୁଣ୍ଡା ଥାନା ଅଧିକାରୀ ଏବଂ କଣ୍ଟାବାଞ୍ଜି ଏସ୍ଡିପିଓ ଛୁଟି ରେ ଥିବାରୁ ଖବର ପାଇ କଣ୍ଟାବାଞ୍ଜି ଥାନାଧିକାରୀ ସତ୍ୟଜିତ କାଣ୍ଡେଲକର ପହଞ୍ଚିଥିଲେ ।ପରେ ଟିଟିଲାଗଡ ଏସ୍ଡିପିଓ ସୁରେନ୍ଦ୍ର ନାଥ ଶତପଥୀ ପହଞ୍ଚୀଥିଲେ ।ପୋଲିସ ବିଳମ୍ବ ରେ ପହଞ୍ଚିବା ଏବଂ ବଙ୍ଗୋମୁଣ୍ଡା ଅଞ୍ଚଳରେ ବାରମ୍ବାର ଘଟୁଥିବା ରୁ ଏସ୍ଡିପିଓ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା ।ବଲାଙ୍ଗିର ସାଇଣ୍ଟିଫିକ ଦଳ ପହଂଚି ଅନୁସନ୍ଧାନ କରିଥିଲେ ।ପୋଲିସ ତଦନ୍ତ କରି ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି ହେଉଛି ।
Post a Comment