ଅଜଣା ଗାଡି ଧକ୍କାରେ ଶିକ୍ଷକ ମୃତ


ବୌଦ୍ଧ :(ଆଜତକ୍ ଓଡ଼ିଶା)  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର୍ ଗ୍ରାମର ସୈନିକ ବିଦ୍ୟାଳୟ ର ଶିକ୍ଷକ ଡିଲେ ଗୁରୁ ସଡ଼କ ଦୁର୍ଘଟଣା ରେ ଆହତ ହୋଇଥିଲେ । ପ୍ରଥମେ ୧୦୮ ଆମ୍ବୁଲାନ୍ସରେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ |ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କଲେ । ସୂଚନା ଅନୁଯାୟୀ କୌଣସି କାମରେ ସୋନପୁର ଯାଇ ଫେରୁଥିବା ବେଳେ ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଜାଲପାଲି ଛକ ନିକଟରେ ତାଙ୍କୁ ଅଜଣା ଗାଡି ଧକ୍କା ଦେଇଥିଲା ସେ ଜଣେ ମିଷ୍ଟ ଭାସି, ସମାଜସେବୀ,ମେଳାପି ଲୋକ ଥିଲେ । ସେ ଜଣେ ଭ|ର୍ଗବ ଟିଭି ପୋର୍ଟାଲ ନିୟୁଜ ର ସାମ୍ବାଦିକ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁ ରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ବାପା, ମାଁ, ଦୁଇଟି ପୁଅ , ଯାହାଙ୍କ ବୟସ ମାତ୍ର ୫ ବର୍ଷ ଓ ଆଉ ଜଣକ ବୟସ ମାତ୍ର ୫ ମାସ ଓ ସ୍ତ୍ରୀ ଅଛନ୍ତି |ସେ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ସାରା ପରିବାର ଏବେ ବେସାହାରା ହୋଇଯାଇଛନ୍ତି । ତେଣୁ ତାଙ୍କୁ ସରକାରଙ୍କ ତରଫରୁ ଶୀଘ୍ର ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସି ଦାବୀ ଜଣାଇଛନ୍ତି |


ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ  ଆଜତକ ଓଡ଼ିଶା

Post a Comment

Previous Post Next Post