କଣ୍ଟାବାଞ୍ଜି
(ଆଜତକ୍ ଓଡ଼ିଶା): ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁର ପାଣ୍ଡୁରୁ ବାଗ ନିଜ ପୁଅ ମାରକଣ୍ଡ ବାଗ
ସହିତ ଆଜି ଗାଧୋଇବା ପାଇଁ ଗାଁ ପାଖ କେନାଲ
ଡୁମେରପଡା ଘାଟକୁ ଯାଇଥିଲେ । କେନାଲ
ପାଣିରେ ଗାଧୋଉଥିବା ସମୟରେ ପାଣିର ସ୍ରୋତରେ ଭାସି ଯାଇ ପୁଅ ନିଖୋଜ । ନିଖୋଜ ପୁଅର ନା ମାରକାଣ୍ଡ ବାଗ(୩୦) କେନାଲ
ପାଣିର ସ୍ରୋତ ପ୍ରବଳ ଥିବାରୁ ଉଭୟେ ବାପା ଓ ପୁଅ ଗାଧୋଉଥିବା ସମୟରେ ଭାସିଯାଇଥିଲେ ପୁଅ
ମାରକଣ୍ଡ । ବହୁତ
ଚେଷ୍ଟା କଲା ପରେ ବି ନିଜ ପୁଅକୁ ବଞ୍ଚାଇ ପାରିନଥିଲେ । ପାଣିର ସ୍ରୋତରେ ଏମିତି ପ୍ରବଳ ଥିଲା ଯେ
କେନାଲ ପାଣିରେ ଭାସିଯାଇଥିଲେ ପୁଅ ମାରକଣ୍ଡ ବାଗ ।
ବଙ୍ଗୋମୁଣ୍ଡା ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର
ଦେଲା ପରେ ବଙ୍ଗୋମୁଣ୍ଡା ପୋଲିସ ମିଳିତ ସହଯୋଗରେ ବଙ୍ଗୋମୁଣ୍ଡା ଓ ମୁରିବାହାଲ ଉଭୟେ ଅଗ୍ନିଶମ
ବିଭାଗ ପକ୍ଷରୁ କେନାଲର ପାଣି ଭିତରେ ଦିନ ୧୨ ଟାରୁ ଖବର ସଂଗ୍ରହ ପର୍ଯ୍ୟନ୍ତ ପାଣି ଭିତରେ ଖୋଜାଖୋଜି ଜାରି ରହିଛି ହେଲେ ପୁଅର କିଛି ଖବର ମିଳୁନାହିଁ । ସେପଟେ ପାଣି
ଭିତରେ ଅନେକ ଦୂର ଓ ଦୀର୍ଘ ସମୟ ପରେ ବି ପତ୍ତା ମିଳିନଥିବା ବଙ୍ଗୋମୁଣ୍ଡା ଅଗ୍ନିଶମ ଅଧିକାରୀ
ପୀତବାସ ବଢ଼େଇ ସୂଚନା ଦେଇଛନ୍ତି ।
Post a Comment