ବୌଦ୍ଧ : ( ଆଜତକ୍ ଓଡ଼ିଶା )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗବଯୋର ସ୍ଥିତ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲର ପରିଚାଳକ ତଥା ସମ୍ପାଦକ ଡିଲେ ଗୁରୁଙ୍କ ଅକାଳ ବିୟୋଗରେ ବିଦ୍ୟାଳୟ ପରିସରରେ ପଶ୍ଚିମ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲ ପକ୍ଷରୁ ଶୋକ ସଭା ସଭାପତି ଯୁଧିଷ୍ଠିର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ତାଙ୍କ ଫୋଟୋ ଚିତ୍ରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ ନିରବ ପ୍ରାଥନା କରାଯାଇ ଥିଲା l ଏଥିରେ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଲକ୍ଷ୍ମୀପ୍ରସାଦର ସମ୍ପାଦକ ନବକିଶୋର ମେହେର, ମନମୁଣ୍ଡାର ସମ୍ପାଦକ ମଙ୍ଗଳମୟ ରଥ, ବଘିଆପଡା ସମ୍ପାଦକ ଶ୍ରୀକାନ୍ତ ସାହୁ, ପ୍ରଶାନ୍ତ କର୍ଣ୍ଣ,ସୁନ୍ଦରଗଡ଼ ମୁରଲୀଧର ଶିକ୍କା , ଝାରସୁଗୁଡା ଯୁଧିଷ୍ଠିର ରହି ଦାସ, ସୁବଳୟାର ସମ୍ପାଦକ ସନ୍ତୋଷ ପୂଜାରୀ,ବିଶ୍ଵଲାଲ ମାଝୀ, ଅନ୍ତରର୍ଯ୍ୟାମୀ ରାଜ ପଲିଆ,ଶ୍ୟାମନ୍ତ କୁମାର ଭୋଇ, କୈଳାଶ ଚନ୍ଦ୍ର ସାହୁ, ପରମେଶ୍ୱର ଅମାତ, ସଞ୍ଜୟ କୁମାର ଲୁହା, ପ୍ରମୁଖ ଯୋଗ ଦେଇ ଶ୍ରୁତି ଚାରଣ କରିଥିଲେ l ଏଥିରେ ପଶ୍ଚିମ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲ ପକ୍ଷରୁ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ lଭୁବନେଶ୍ୱର ସ୍ଥିତ ଓଡିଶା ବ୍ରିଗେଡ ଅଫ ଫାଉଣ୍ଡେସନର ପରିଚାଳକ ଏସ କେ ଜlହୁର ତାଙ୍କ ପରିବାରକୁ କିଛି ସହାୟତା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପରିଚାଳନା ପରିଷଦର ସମସ୍ତ ସଦସ୍ୟ, ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଶ୍ରୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment