ବଲାଙ୍ଗୀର :(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲାର ଲୁହାସିଂହା ଗ୍ରାମର ପ୍ରଦୀପ ପୁରୋହିତ ଗତ ତିନି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ତାଙ୍କର ଗୋଟିଏ ଗୋଡ଼ ଏବଂ ଗୋଟିଏ ହାତ ସମ୍ପୂର୍ଣ୍ଣ ଭାବେ କାମ କରୁନି। ଏହି ଖବର ପ୍ରକାଶ ପାଇବା ପରେ ଆଜି ଯୁବ ସାମ୍ବାଦିକ ତଥା ମାନବ ପ୍ରେମୀ ବେଦବର ଛତ୍ରୀଆ ସହାୟତାର ହାତ ବଢ଼େଇଛନ୍ତି। ତାଙ୍କର ପୁଅର ପଢ଼ିବା ପାଇଁ ଆବଶ୍ୟକ ପୁସ୍ତକ, ଡ୍ରେସ,ଏବଂ ରାସନ ସାମଗ୍ରୀ ସହିତ ଆର୍ଥିକ ସହାୟତା ଦେଇଛନ୍ତି। ଏବଂ ଖପ୍ରାଖୋଲ ବ୍ଲକ ର ବିଡ଼ିଓ ଙ୍କୁ ଭେଟି ତାଙ୍କୁ ଉଚ୍ଚ ସ୍ତରୀୟ ସହାୟତା ପାଇଁ ଆବେଦନ କରିଛନ୍ତି। ଏହି କାମରେ ସହଯୋଗ କରିଛନ୍ତି ଯୁବ ସମାଜ ସେବୀ ଶିବରାମ କୁମ୍ଭାର ଏବଂ ସୁବାସ ଛୁରା। ଆଗରୁ ମଧ୍ୟ ଅନେକ ସମୟରେ ଲୋକଙ୍କ ପାଖରେ ପହଂଚି ତାଙ୍କ ଦୁଃଖ ସୁଖ ବୁଝନ୍ତି । ଆଗକୁ ମଧ୍ୟ ଏହିପରି ଲୋକଙ୍କ ସେବାରେ କାର୍ଯ୍ୟ ଜାରି ରହିବ ବୋଲି ବେଦବର ଛତ୍ରୀଆ କହିଛନ୍ତି। ତାଙ୍କର ଏଇଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜଣେଇଛନ୍ତି ।
(କଣ୍ଟାବାଞ୍ଜି ନ୍ୟୁଜ ବ୍ୟୁରୋ)
Post a Comment