ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଳ ପଂଚାୟତ ବୈଗାପଡା ଗ୍ରାମରେ ସାମୁହିକ ମାଣବସା ଲଷ୍ମୀପୂଜା ର କଳସ ଯାତ୍ରା ମହା ଆଡମ୍ବର ରେ ପାଳିତ ହୋଇଯାଇଛି।ଉକ୍ତ କଳସ ଯାତ୍ରା ରେ ଗ୍ରାମର ଶତାଧିକ ମହିଳା ମାନେ ଏକତ୍ରିତ ହୋଇ ଏକ ବିଶାଳ କଳସ ଯାତ୍ରା ରେ ବାହାରି ସ୍ଥାନୀୟ ଗହୁଟିଆବନ୍ଦ ରେ ପୂଜା ଅର୍ଚନା କରି କଳସୀ ରେ ପାଣି ଉଠାଇ ଗାଁ ପରିକ୍ରମା କରିଥିଲେ ।ସେଠାରୁ ପୂଜା ମଣ୍ଡପ ରେ ପହଂଚି କଳସ ସ୍ଥାପନ କରିଥିଲେ। ଏହି ପୂଜା ବୁଧବାର ଦିନ ଠାରୁ ରବିବାର ଦିନ ପର୍ଯ୍ୟନ୍ତ ଚାଲୁ ରହିବବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି। ଉକ୍ତ ପୂଜାର କର୍ତ୍ତା ଭାବରେ ଶ୍ରୀଯୁକ୍ତ ନୀଳମଣି ବେମାଲ ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ରଜନୀ ବେମାଲ ଦାୟିତ୍ୱ ତୁଲାଇ ଥିବାବେଳେ ମୁଖ୍ୟ ପୂଜକ ଭାବରେ ଶ୍ରୀଯୁକ୍ତ ଶ୍ରୀବତ୍ସ ସୁପକାର ଓ ତାଙ୍କ ସହଯୋଗୀ ସୁନ୍ଦର ଭାବେ ରୀତିନୀତି ର ସହିତ ପୂଜାର୍ଚନା କରି ଉକ୍ତ ପୂଜା ଟିକୁ ଆଗେଇ ନେଇଛନ୍ତି । ଏହି ପୂଜାରେ ସଂକୀର୍ତନ ଦଳ ଓ ହୁଳହୁଳି ହରିବୋଲ ଧ୍ୱନିରେ ବୈଗାପଡା ଗାଁ କମ୍ପି ଉଠିଥିଲା ।ଉକ୍ତ ପୂଜାକମିଟି ର ସଭାପତି ଶ୍ରୀଯୁକ୍ତ ସତ୍ୟ ବାଗ, ସମ୍ପାଦକ ନିରଞ୍ଜନ ବେମାଲ ,କୋଷାଧକ୍ଷ ନୀଳାମ୍ବର ମାଳି ଓ ସମସ୍ତ କର୍ମକର୍ତା ଓ ଗ୍ରାମବାସି ସହଯୋଗ କରିଥିଲେ ଓ କୁନି କୁନି ଝିଅ ମାନଙ୍କ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଦର୍ଶକ ମାନଙ୍କ ପାଇଁ ପ୍ରତ୍ୟେକ ରାତ୍ରରେ ମନୋରଞ୍ଜନ କାର୍ଯ୍ୟକ୍ରମ ରଖାଯାଇଛି।

Post a Comment