ବାଲେଶ୍ୱର, ୧୦/୧୨ (ଆଜତକ୍ ଓଡ଼ିଶା) : ରାସଗୋବିନ୍ଦପୁର ବ୍ଲକ ଅଧିନସ୍ଥ କମାରଡ଼ିହା ପଞ୍ଚାୟତର କମାରଡ଼ିହାଖୁଣ୍ଟା ଗ୍ରାମର ନିଗମାନନ୍ଦ ମହାନ୍ତି ଓ କନକଲତା ମହାନ୍ତିଙ୍କ ଏକମାତ୍ର ପୁଅ ତୁଷାର ରଞ୍ଜନ ମାହାନ୍ତି(କାହ୍ନା)ଙ୍କର ୩ବର୍ଷ ତଳେ ସଡ଼କ ଦ୍ରୁଘଟଣାରେ ପ୍ରାଣ ହରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରକ୍ତର ଅଭାବରୁ ପୁଅର ପ୍ରାଣ ଯାଇଥିବାରୁ ଏମିତି ଆଉ କାହା ସହ ନହେଉ ବୋଲି ଶପଥ ନେଇଥିଲେ ପରିବାର ଲୋକ। ଏହି ଉପଲକ୍ଷେ ଆଜି ପୁଅର ୨୪ ତମ ଜୟନ୍ତୀ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ତୁଷାର ରଞ୍ଜନ ମହାନ୍ତି ସ୍ମୃତି କମିଟି ଓ ସମ୍ବାଦ ଆମ ଓଡ଼ିଶା ମିଳିତ ସହଯୋଗରେ ସ୍ଥାନୀୟ ରଥ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ପିତା ନିଗମାନନ୍ଦ ମହାନ୍ତି, କକା ବିବେକାନନ୍ଦ ମହାନ୍ତି ଓ ରାସଗୋବିନ୍ଦପୁର ସମ୍ବାଦ ପ୍ରତିନିଧି ପ୍ରଦୀପ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ମାହାତ୍ମ୍ୟ ଗାନ୍ଧୀ ଚକ୍ଷୁ ହସ୍ପିଟାଲର ପ୍ରୋପାଇଟର ଡକ୍ଟର ଆଦିତ୍ୟ କୁମାର ପଟ୍ଟନାୟକ ଓ ଶିକ୍ଷକ ଅରୁଣ ଘୋଷ ମିଳିତ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଡ଼ିଓ ଜୟକୃଷ୍ଣ ନାୟକ, ତହସିଲଦାର ପ୍ରଭାତ ତରେଇ, ସମ୍ମାନିତ ଅତିଥି ଭାବେ ବାରିପଦା ଓଡ଼ିଶା ରକ୍ତକେନ୍ଦ୍ର ଡାକ୍ତର ନିଲେଶ ଦାସ, ରାସଗୋବିନ୍ଦପୁର ବ୍ଲକର ସହକାରୀ ଯନ୍ତ୍ରୀ ଲୋକନାଥ ପାତ୍ର, ରାସଗୋବିନ୍ଦପୁର ହସ୍ପିଟାଲର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଆଶିଷ କୁମାର ପଟ୍ଟନାୟକ, ବେତନଟୀ ହସ୍ପିଟାଲର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସିପୁନ ପଣ୍ଡା, ସମାଜସେବୀ ସଚିନ୍ଦ୍ର ନାଥ ଗିରୀ, ମୟୂରଭଞ୍ଜ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ଯୁବନେତା ତଥା କାଉସିଲର ରାଜ ଗୁପ୍ତା, ଦିନେଶ ସେଠୀ, ତନ୍ମୟ କୁମାର ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମସୁନ୍ଦର ଡାକୁଆ, ସମାଜସେବୀ ଉତ୍ତମ ମହାନ୍ତି ମାନବ ମହାନ୍ତି, ପ୍ରଦୀପ ମହାନ୍ତି, ଅଶୋକ ସେଠୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପରିବାର ଵର୍ଗ ଏଭଳି ମହତ କାର୍ଯ୍ୟ କରିଥିବାରୁ ପ୍ରସଂଶା କରିଥିଲେ।
ଏଥିରେ ମା କନକ ଲତା ମହାନ୍ତି, ଖୁଡି ଅଙ୍କିତା ପ୍ରଧାନ ଓ ବୁଢ଼ୀ ମା ଶୈଳଵାଳା ମହାନ୍ତିଙ୍କ ସହ ପରିବାର ଵର୍ଗ ଉପସ୍ଥିତ ଥିଲେ। ଡାକ୍ତର ଦାସଙ୍କ ନେତୃତ୍ୱରେ ଏହି ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରୁ ୧୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସିଂଲା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆସି ରକ୍ତଦାନ କରିଥିଲେ। ଶୁଶାନ୍ତ ପରିଡ଼ା, ମାନସ କୁମାର ଭୋଳ, ଦେବେନ୍ଦ୍ର ବାରିକ, ଲକ୍ଷ୍ମୀକାନ୍ତ ପଣ୍ଡା, ଅଙ୍କିତା ପ୍ରଧାନ, ଆବାହକ ଦେବାଶିଷ କବି, ବିଶି କେଶନ ପାତ୍ର, ରାମ ଚନ୍ଦ୍ର ସାହୁ, ଆଶିଷ କୁମାର ନାୟକ, ତାପସ ରଣା, ଅବସର ପ୍ରାପ୍ତ ପୋଲିସ ଅଧିକାରୀ ନିରଞ୍ଜନ ବେହେରା, ମାନସ ପାହାଡି, ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ, ରୂପସା ସମ୍ବାଦ ପ୍ରତିନିଧି ମାନସ ରଞ୍ଜନ ବେହେରା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ମହାବୀର ଯୁବକ ସଂଘ କମାରଡିହା, ଓ ସ୍ଥାନୀୟ ଯୁଗୋଷ୍ଠୀ ସହଯୋଗ କରିଥିଲେ।
Post a Comment