ନୂଆପଡ଼ା ଜିଲ୍ଲାରେ ବନାଗ୍ନି ନିରାକରଣ ପାଇଁ ବୈଠକ ଅନୁଷ୍ଠିତ


ନୂଆପଡ଼ା ୨୭/୧୧ (ବିରବଲ ପ୍ରଧାନ)ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲାରେ ବନାଗ୍ନି ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ ଖାଁ, ସୁନାବେଡା ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀ ମହାଦେବ ବଡ଼ାଇକ ଏଵଂ ଜଙ୍ଗଲ ବିଭାଗ ଅନ୍ୟାନ୍ୟ ଅଧିକାରୀ ଯୋଗଦେଥିଲେ । ବିଭାଗ ତରଫରୁ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାରେ ଜଙ୍ଗଲର ସ୍ଥିତି, ବିଗତ ବର୍ଷ ମାନଙ୍କରେ ବନାଗ୍ନି ଓ ଏହାର ସମ୍ଭାବ୍ୟ ନିରାକରଣ ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ସୁନାବେଡା ଅଭୟାରଣ୍ୟ ୬୨୫ କିଲୋମିଟର ପରିବ୍ୟାପ୍ତ ହେଇଛି ଏଵଂ ଖରିଆର ଡିଭିଜନରେ 3852 ହେକ୍ଟର ଜଙ୍ଗଲ ଅଛି । ଉଭୟ ବନଖଣ୍ଡ ଅଧିକାରୀ ବନାଗ୍ନି ନିରାକରଣ ପାଇଁ ସେମାନଙ୍କ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ଵନ୍ଧରେ ଅବଗତ କରାଇଥିଲେ ।

ଏବର୍ଷ ଏଥିପାଇଁ 1,47,45,400 ଟଙ୍କାର ବଜେଟ ରଖା ଯାଇଛି ।ଜିଲ୍ଲାପାଳ କହିଲେ ବନାଗ୍ନି ପ୍ରତିରୋଧ ପାଇଁ ସମ୍ପୃକ୍ତ ଅଞ୍ଚଳର ଲୋକ ପ୍ରତିନିଧି, ପୋଲିସ୍, ଅଗ୍ନିଶମ ବିଭାଗ, ଜିଲ୍ଲା ମଂଗଳ ବିଭାଗ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ଯୁବ କ୍ଳବ୍, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଇତ୍ୟାଦି ସମସ୍ତଙ୍କ ସହଯୋଗ ନିଆଯାଉ । ବିଭିନ୍ନ ସଚେତନ ରାଲି, ପଦଯାତ୍ରା,ପୋଷ୍ଟର, ଲୋକ ଗୀତ, ନୃତ୍ୟ ମାଧ୍ୟମରେ ଜଙ୍ଗଲର ସଂରକ୍ଷଣ ଓ ବନାଗ୍ନି ର ଭୟାବହତା ସମ୍ଵନ୍ଧରେ ଲୋକଙ୍କୁ ସଚେତନ କଲେ ଆମେ ଏହି ଭୟାବହ ବିପତ୍ତିକୁ ରୋକି ପାରିବା ।

Post a Comment

Previous Post Next Post