ନୂଆପଡ଼ା (ବିରବଲ ପ୍ରଧାନ) ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଉପଜିଲ୍ଲାପାଳ ଯୋଗିନ୍ଦ୍ର ମାଝୀ କମିଟି ସଦସ୍ୟ ହିସାବରେ ଯୋଗଦାନ କରିଥିଲେ ବୈଠକ କୁ ଆର୍ ଟି ଓ ମାନ୍ ସିଂ ସଂଵୋଧନ କରି ଏହାର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ରାସ୍ତା ଓ କୋଠାବାଡ଼ି ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ବିଗତ ବୈଠକ ର ବିବରଣୀ ପାଠ କରିବା ସହିତ ଗୃହରେ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା । ଆରକ୍ଷୀ ଅଧିକ୍ଷକ କହିଲେଯେ ଜିଲ୍ଲାରେ ଦୁର୍ଘଟଣା ଏଵଂ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଏହାର ନିରାକରଣ ପାଇଁ ଜନ ସଚେତନତା ସୃଷ୍ଟି କରାଯାଉ । ରାସ୍ତା ର ଦୁର୍ଘଟଣା ପ୍ରବଣ ବ୍ଲାକ୍ ସ୍ପଟ୍ ସବୁ ଚିହ୍ନିତ କରାଯାଇ ସେଠାରେ ହମ୍ପସ ଓ ସାଇନ୍ ବୋର୍ଡ ଲଗାଯାଉ ।
ଡ୍ରାଇଭିଂ ପ୍ରମାଣ ପତ୍ର ପ୍ରଦାନ ପାଇଁ ଦୁର ଜାଗା ମାନଙ୍କରେ କେମ୍ପ ହେଉ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲାରେ ବିଗତ ବର୍ଷ ମାନଙ୍କରେ 2022 ରେ 145 ଟି ଦୁର୍ଘଟଣା ରୁ 90 ମୃତ୍ୟୁ, 23ରେ 162 ରୁ 109 ମୃତ୍ୟୁ ଏଵଂ 24 ଅକ୍ଟୋବର ଯାଏଁ 103 ଦୁର୍ଘଟଣାରୁ 83 ଟି ମୃତ୍ୟୁ ହେଇଛି । ଗୃହକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଜିଲ୍ଲାରେ ବର୍ଦ୍ଧିତ ଦୁର୍ଘଟଣା ଏଵଂ ବିନା ହେଲମେଟ ଜନିତ ମୃତ୍ୟ ସଂଖ୍ୟା ବୃଦ୍ଧି ପାଇଛି । ସମଗ୍ର ଜିଲ୍ଲାରେ ପରିବହନ ଓ ପୋଲିସ୍ ବିଭାଗ ପକ୍ଷରୁ ବାରମ୍ବାର ଚେକିଂ ହେଉ । ସ୍କୁଲ୍ ଗାଡ଼ି ସବୁ ସଠିକ୍ ପ୍ରମାଣ ପତ୍ର ଧରି ଚଳାଚଳ କରିବେ । ସବୁ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରାଯାଇ । ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ବିଶେଷ ସହଯୋଗ କରି ପାରିବେ। ରାସ୍ତା କଡ଼ରେ ମଦ ଗଞ୍ଜା ବିକ୍ରୀ ସମ୍ପୂର୍ଣ ବନ୍ଦ କରାଯିବ । ନୂଆପଡ଼ା ଓ ଖରିଆର ରୋଡ ସହରରେ ବାଇପାସ ନିର୍ମାଣ ପାଇଁ ଜାତୀୟ ରାଜପଥ ବିଭାଗକୁ ଅନୁରୋଧ କରାଯିବ । ଅତିଶିଘ୍ର ନୂଆପଡ଼ା ଓ ଖରୀଆର ରୋଡରେ ଟ୍ରାଫିକ ପଏଣ୍ଟ ସବୁ ନିର୍ମାଣ କରାଯିବ । ସମସ୍ତଙ୍କ ସହଯୋଗ ଓ ସଚେତନତା ହେଲେ ଜିଲ୍ଲାରୁ ଦୁର୍ଘଟଣା ହ୍ରାସ ପାଇବ । ଆଜିର ଏହି ବୈଠକରେ ଏଡି ଏମ୍ ଓ ଡଃ ଗୁରୁପ୍ରସାଦ ଜେନା, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଇଞ୍ଜିନିୟର ଗଜେନ୍ଦ୍ର ପ୍ରଧାନ, ସପନ୍ କୁମାର୍ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏନ୍ ଏ ସି ଇଓ ଚନ୍ଦନ ଶତପଥୀ, ସ୍ଵାଧୀନ କେତନ ମହାରଣା, କମଳାସନ ରଥ, ଏମ୍ ଭି ଆଇ ଉପେନ୍ଦ୍ର କୁମାର ପୁଶିକା ,ବସ ଆସୋସିଏସନ ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ ,ସାମ୍ୱାଦିକ ଘନଶ୍ୟାମ ଭୋଇ, ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ପରିବହନ ବିଭାଗ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ଏନ୍ ଜି ଓ କଦମ୍ ରୁ ଯାଜ୍ଞସେନି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment