ଅଙ୍ଗନବାଡି କର୍ମୀଙ୍କ କବଜାରେ ଅଙ୍ଗନୱାଡ଼ି କେନ୍ଦ୍ର

ନିୟମିତ ଭାବେ ହେଉନାହିଁ ପାଠପଢା ଓ ମିଳୁନି ପୁଷ୍ଟିକର ଖାଦ୍ୟ,ଅଭିଯୋଗ ଆଣିଲେ ୫ଟି ଗାଁ ଲୋକେ


କଳାହାଣ୍ଡି ,ଲାଞ୍ଜିଗଡ (ଧୀରେନ୍ଦ୍ର ସୁନାନି) ମହିଳା ଓ ଶିଶୁ ବିକାଶ ନିମନ୍ତେ ସମ୍ମନିତ ଶିଶୁ ବିକାଶ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକ ଦୁର୍ଗମ ଅଞ୍ଚଳରେ ଏହି ଯୋଜନାରେ ବାଟବଣା ହୋଇଛି lବର୍ଷ ବର୍ଷ ଧରି ବ୍ଲକର ଉପାନ୍ତ ଅଞ୍ଚଳର ଅତ୍ୟାଧିକ ଅଙ୍ଗନୱାଡ଼ିକେନ୍ଦ୍ର ବିଭିନ୍ନ ସମୟରେ ବନ୍ଦ ରହୁଛି।ଯାହା ଫଳରେ ଅନେକ କେନ୍ଦ୍ରରେ ନିୟମିତ ଭାବେ ହେଉନାହିଁ ପାଠପଢା କିମ୍ବା ମିଳୁନି ପୁଷ୍ଟିକର ଖାଦ୍ୟ।ଯାହା ଫଳରେ ୩ ରୁ ୫ ବର୍ଷ ମଧ୍ୟରେ ଥିବା ଅଧିକାଂଶ ପିଲା ଶିକ୍ଷା ଦାନରୁ ବଞ୍ଚିତ ରହୁଥିବା ବେଳେ ଶିଶୁ,ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଅଣ୍ଡା,ଛତୁଆ ଭଳି ଉଚିତ ପରିମାଣର ଖାଦ୍ୟ ମିଳୁନଥିବା ନେଇ ଅନେକ ଥର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଞ୍ଚଳର ବିଭିନ୍ନ ଗ୍ରାମର ଆଦିବାସୀ ମହିଳା ମାନେ ଅଭିଯୋଗ କରିଛନ୍ତି।ଏହିଭଳି ଅଭିଯୋଗ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଭେଜରାଙ୍ଗ ଅଙ୍ଗନୱାଡ଼ି କେନ୍ଦ୍ରରେ।କେନ୍ଦ୍ର ଦାଇତ୍ଵରେ ୫ ଗୋଟି ଗାଁ ପାଇକଥୁଆଗୁଡା,ଘୁମେର, ଦୂରପଦର,ଇଜୁରୁପା, ଭେଜରାଙ୍ଗ ରହିଥିବା ବେଳେ କେନ୍ଦ୍ର ଦାଇତ୍ଵରେଥିବା ଅଙ୍ଗବାଡି କର୍ମୀ ଅବନୀ କର କେନ୍ଦ୍ର ଟିକୁ କବଜା କରୀ ସେଠାରେ ଘର କରି ରହୁଛନ୍ତି। ଯାହା ଫଳରେ କୋମଳମତି ଶିଶୁ ମାନେ ଶିକ୍ଷା ଦାନରୁ ବଞ୍ଚିତ ରହୁଛନ୍ତି।ନିୟମିତ ଅଣ୍ଡା, ଛତୁଆ, ରନ୍ଦା ଖାଦ୍ୟ ଓ ପ୍ରାକ ଶିକ୍ଷା ମିଳିପାରୁନି ବୋଲି କେନ୍ଦ୍ର ଅଧୀନରେ ଥିବା ୫ଟି ଗ୍ରାମର ଗ୍ରାମବାସି ସମେତ ମହିଳା ମାନେ ଅଭିଯୋଗ ଆଣିଛନ୍ତି lଏହା ବ୍ୟତୀତ ୩ କିମ୍ବା ୪ ମାସକୁ ଥରେ ୧୦ଟି ଅଣ୍ଡା ଓ ଛତୁଆ ଗୁଣ୍ଡ ଦିଆଯାଉଛି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ଅଭିଯୋଗ କଲେ କର୍ମୀ ଜଣକ ଗାଳିଗୁଳଜ କରୁଛନ୍ତି ବୋଲି ଆଦିବାସୀ ମହିଳା ମାନେ ପ୍ରକାଶ କରିଛନ୍ତିl ଏହି ସମ୍ପର୍କରେ ସମ୍ମନିତ ଶିଶୁ ଵିକାଶ ଅଧିକାରୀ ସିଡିପିଓ,ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି।କିନ୍ତୁ ଏବେ ଯାଏଁ କୌଣସି ପ୍ରକାର ତଦନ୍ତ ହୋଇନାହିଁ ।ଏନେଇ ଅଙ୍ଗବାଡି କର୍ମୀ ଶ୍ରୀମତୀ କରଙ୍କୁ ପଚାରିବାରୁ ମୁଁ ଛତୁଆ ଓ ଅଣ୍ଡା ଦେଉଛି।କିନ୍ତୁ ୧୨ ଗୋଟି ଅଣ୍ଡା ସ୍ଥାନରେ ୧୦ ଗୋଟି ଅଣ୍ଡା ଦେଉଛି।ଘର ମୋର ବନା ଚାଲିଛି।କିଛିଦିନ ମଧ୍ୟରେ କେନ୍ଦ୍ରରୁ ସେ ଘରକୁ ଚାଲିଯିବି ବୋଲି ପ୍ରକାଶ କରିଛନ୍ତି।ହେଲେ ଆଜିକୁ ୧୫ ବର୍ଷ ହେଲା ଅଙ୍ଗନବାଡି କେନ୍ଦ୍ର ଟିକୁ ଅଙ୍ଗନବାଡି କର୍ମୀ ନିଜେ କବଜା କରିଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆ ଯାଉନାହିଁ ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କର୍ମିଙ୍କୁ କିଏ ସୁରକ୍ଷା ଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏହାର ଉଚିତ ଦଦନ୍ତ କରି ଅବହେଳା କରୁ ଥିବା କର୍ମୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମ ବାସି ଦାବି କରିଛନ୍ତି।ଏନେଇ ଦାଇତ୍ଵରେ ଥିବା ଅଙ୍ଗବାଡି ସୁପର ଭାଇଜର ପଦ୍ମା ମଞ୍ଜରି ପ୍ରଧାନଙ୍କୁ ପଚାରିବାରୁ କେନ୍ଦ୍ରରେ ରହୁଥିବା ଯୋଗୁଁ ମୁଁ ମଧ୍ୟ ମନା କରୁଛି। ସେ ଖାଦ୍ୟ ଦେବାର ଫୋଟ ପଠାଉଛି।ଯଦି ଲୋକଙ୍କ ଅଭିଯୋଗ ରହିଛି ତାହା ହେଲେ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ।

Post a Comment

Previous Post Next Post