ବେଲପଡା ୨୯/୧୧ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ଆଜି ୩ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଥିବା ଜଣା ପଡିଛି । ଉଦ୍ଧାର ଶ୍ରମିକ ମାନେ ବେଲପଡା ଥାନା ଝାରଫଟାମୁଣ୍ଡା ଗାଁର ବୋଲି ପୋଲିସ ସୂଚନା ଦେଇଛନ୍ତି। ଶ୍ରମିକ ମାନଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଦୁଇ ଜଣ ମହିଳା ଥିବା ଜଣା ପଡିଛି ।
ସୂଚନାନୁଯାୟୀ, ଆଜି ବେଲପଡା ପୋଲିସ ସକାଳୁ ସକାଳୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଝାର ଫଟାମୁଣ୍ଡା ବସଷ୍ଟାଣ୍ଡ ଠାରେ ସେକୁନ୍ଦରାବାଦ (ତେଲେଙ୍ଗାନା ) ବସ ଯୋଗେ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ ଶ୍ରମିକ । ବେଲପଡା ପୋଲିସ ଶ୍ରମିକ ମାନଙ୍କୁ ପଚରାଉଚରା କରିଥିଲା । ଜାଣିବାକୁ ପାଇଥିଲେ ଯେ, ବିନା କାଗଜ ପତ୍ରରେ ଶ୍ରମିକ ମାନଙ୍କୁ ନିଜ ଗାଁର ଦାଦନ ସର୍ଦାର କାନ୍ତ ଜାଲ ତେଲେଙ୍ଗାନା କୁ ଇଟା ଗଡ଼ିବା ପାଇଁ ନେଉଥିଲେ । ଅଭିଯୁକ୍ତ ଦାଦନ ସର୍ଦାର କାନ୍ତ ଜାଲକୁ ବେଲପଡା ପୋଲିସ ଗିରଫ କରିଥିବା ଜଣାପଡିଛି । ଏନେଇ ବେଲପଡା ଥାନା କେସ ନଂ.337/24 ରେ ଅଭିଯୁକ୍ତକୁ ଗିରଫ କରି ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ଗାଁକୁ ପଠାଇ ଦେଇଥିବା ସହ ଅଧିକ ତଦନ୍ତ କରୁଥିବା ବେଲପଡା ଥାନାଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।
Post a Comment