ଗମ୍ଭାରୀ ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ରା ଆବେଦନ ଫର୍ମ ବଣ୍ଟନ ମେଳା


ବଲାଙ୍ଗିର : ୨/୯ (ଗଣେଶ ଦାସ ):- ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଗମ୍ଭାରୀ ନଂ.୧ ଓ ୨ ଅଙ୍ଗନୱାଡ଼ି କେନ୍ଦ୍ରରେ ମହିଳାମାନଙ୍କୁ ବଣ୍ଟନ କରାଯାଇଛି। କେନ୍ଦ୍ରର କର୍ମୀ ଶ୍ରୀମତୀ ସାବିତ୍ରୀ ସା ଓ ଜୟନ୍ତୀ ବିଶିଙ୍କ ତତ୍ବାବଧାନରେ ଅନୁଷ୍ଠିତ ମେଳାରେ ଯାଞ୍ଚ କମିଟୀ ସଭାପତି ଉପସ୍ଥିତ ରହି ସୁଭଦ୍ରା ଯୋଜନାର ଆବେଦନ ପାଇଁ ଗାଇଡଲାଇନ ଉପରେ ଆଲୋକପାତ କରିଥିଲେ।ପ୍ରଥମ ଦିବସରେ ପ୍ରାୟ ସହସ୍ରାଧିକ ଜଣ ମହିଳାଙ୍କୁ ଆବେଦନ ଫର୍ମ ବଣ୍ଟନ କରାଯାଇଥିଲା। ଅଙ୍ଗନୱାଡି କେନ୍ଦ୍ରର ସହାୟିକା ଦହନା ପଧାନ ଏବଂ ପଦ୍ମା ମାଝୀ ସହଯୋଗ କରିଥିଲେ।

Post a Comment

Previous Post Next Post