![]() |
ଫୋଟୋ ଜଳବନ୍ଦୀ ରେ ଥିବା ଛୋଟ ଛୋଟ କମଳ ମତୀ ଶିଶୁ |
ରିଷିଡା ୧/୯ (ମହେନ୍ଦ୍ର ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଅଧିନରେ ଥିବା ରେଗେଡା ଆଦର୍ଶ ଅଙ୍ଗନଓ୍ଵାଡି କେନ୍ଦ୍ର ସମ୍ମୁଖରେ ଆଣ୍ଠୁଏ ଆବର୍ଜନା ପାଣିରେ କେନ୍ଦ୍ର କୁ ଯିବାକୁ ପଡୁଛି ଛୋଟଛୋଟ କୋମଳମତି ଶିଶୁମାନଙ୍କୁ ଯାହାଫଳରେ ଅନେକ ଶିଶୁ କାଛୁକୁଣ୍ଡିଆ ଭଳି ବିଭିନ୍ନ ଚର୍ମ ରୋଗର ଶିକାର ହେଉଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି,ଏବଂ କେନ୍ଦ୍ର ର ଚତୁର ପାର୍ସର ମଇଳା ଆବର୍ଜନା ପାଣି ଜମି ରହିଥିବାରୁ କୋମଳମତି ଶିଶୁମାନେ ଅଶ୍ୱାସ୍ଥ କର ପରିବେଶରେ ରହି ଶିକ୍ଷ୍ୟା ଗ୍ରହଣ କରୁଛନ୍ତି ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ପଚାରିବାରୁ ଗ୍ରାମର କିଛି ଅସାଧୁ ବ୍ୟକ୍ତି ସରକାରୀ ଜମିକୁ ଜବର ଦଖଲ କରି ରଖିଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ପ୍ରକାଶ କରିଛନ୍ତି ।ଏଣୁ ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
Post a Comment