ବେଲପଡା : ୧୧/୯ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ନୁନହାଡ଼ ଗାଁରେ " ଡ୍ରିଙ୍କ ଏଣ୍ଡ ଡ୍ରାଇଭ " ଘଟଣାରେ ତିନିଜଣ ନିରୀହ ଯୁବତୀଙ୍କ ଦୁର୍ଘଟଣା ।ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର । ସୂଚନାଯାୟୀ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ନୁନହାଡ଼ ଗାଁର ନିଜ ଘର ସମ୍ମୁଖରେ ପିଣ୍ଡାରେ ଥିବା ସମୟରେ ତାଙ୍କ ଉପରକୁ ଗାଡି ଚଢାଇ ଦେବାରୁ ତିନିଜଣ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବେଲପଡା ଡାକ୍ତରଖାନାକୁ ନେଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ପାଟଣାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ଖବର ପାଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଉତ୍ତେଜନା ଏତେ ଭୟଙ୍କର ରୂପ ନେଲାଯେ ସନ୍ଧ୍ୟା ୬ ରୁ ରାତି ୧୨ ଟା ପର୍ଯ୍ୟନ୍ତ ବଲାଙ୍ଗିର କଣ୍ଟାବାଞ୍ଜି ରାଜ୍ୟ ରାଜପଥକୁ ଅବରୋଧ କରି ସମ୍ମୁର୍ଣ ବନ୍ଦ କରିଥିଲେ । ଗାଁରେ ଉତ୍ତେଜନା କୁ ଆୟତ୍ତ କରିବାକୁ ବେଲପଡା ପୋଲିସ ଫୋର୍ସ ସହିତ ପାଟଣାଗଡ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଖବରଲେଖା ପର୍ଯ୍ୟନ୍ତ ଆଜି ଦିନ ତମାମ ଅପରାହ୍ନ ପର୍ଯ୍ୟନ୍ତ ଗ୍ରାମବାସୀ ରାସ୍ତାକୁ ଜାମ କରିଥିବା ସୂଚନା ମିଳିଛି ।

Post a Comment