ନନ୍ଦିଗାଁଠାରେ ନିର୍ମାଣଧିନ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଗୃହ ନିର୍ମାଣ ନିମ୍ନ ମାନର ହେଉଥିବା ଅଭିଯୋଗ


ସିନାପାଲି : ସିନାପାଲି  ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରା. ପ. ର ନନ୍ଦିଗାଁଠାରେ ନିର୍ମାଣଧିନ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଗୃହ ନିର୍ମାଣ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଅଛି। ଗୃହ ଚଟଣାରେ ବାଲି ଭର୍ତ୍ତି କରିବା ପରିବର୍ତ୍ତେ ମାଟି ଭର୍ତ୍ତି କରାଯାଇଅଛି। ତଦ୍ଦନୁରୂପ ଭାବେ ଭିତ୍ତି ସ୍ତମ୍ଭଗୁଡିକରେ ଆନୁପାତିକ ଭିତିରେ ସିମେଣ୍ଟ, ଚିପ୍ସ ଓ ବାଲି ମିଶ୍ରିତ କଂକ୍ରିଟ ଦେବ। ପରିବର୍ତ୍ତେ କେବଳ ମେଟାଲ ଭର୍ତ୍ତି କରି ଉପରେ ସାମାନ୍ୟ ଅଳ୍ପ ସ୍ତରର କଂକ୍ରିଟ ପ୍ରଲେପ ଦିଆଯାଇଅଛି। ଭିତ୍ତି ଭୂମି ନିର୍ମାଣ କାର୍ଯ୍ୟ ନିମ୍ନ ମାନର ତଥା ଧାର୍ଯ୍ୟ ମାନକ ଅନୁରୂପେ ହେଉନଥିବାରୁ କୋଠାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପ୍ରକାଶ ଥାଉକି ପ୍ରକଳ୍ପ ସମ୍ମଳିତ କୌଣସି ସୂଚନା ଫଳକ ନିର୍ମାଣ କରାଯାଇ ନଥିବାରୁ ପ୍ରକଳ୍ପ କାର୍ଯ୍ୟ କାରିତାର ସ୍ୱଛତା ଉପରେ ସାଧାରଣରେ ସଂଦେହ ପ୍ରକାଶ ହେଉଛି। ଏହି ପରିପ୍ରେକ୍ଷୀରେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ନିର୍ମାଣ ସଂକ୍ରାନ୍ତିୟ ମାନକ ଖିଲାପ କାରି ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଅଛି।
ନୂଆପଡା ଜିଲ୍ଲା ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post