ଏନଏସଏସ ସ୍ୱେଚ୍ଛାସେବୀଙ୍କ ଅଭିମୁଖିକରଣ କାର୍ଯ୍ୟକ୍ରମ


ଗଞ୍ଜାମ/ବୁଗୁଡ଼ା : ଆଜତକ ଓଡ଼ିଶା,୧୨/୦୯/୨୪(, ସୋରେନ କୁମାର ପ୍ରଧାନ) ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ - ୧ ଓ ୨ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଏନଏସଏସ ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ସ୍ୱେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କ ରେ ବୁଝାଇଥିଲେ।ଶେଷରେ ଏନଏସଏସ ୟୁନିଟ- ୨ର ପ୍ରୋଗ୍ରାମେ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଏନଏସଏସ ୟୁନିଟ- ୧ ଓ ୨ର ସମସ୍ତ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ।

Post a Comment

Previous Post Next Post