ମଧୁସୂଦନ ଦାଶ ହେଲେ ନୂଆପଡା ଜିଲ୍ଲା ର ନୂତନ ଜିଲ୍ଲାପାଳ


ନୂଆପଡା (ପ୍ରମେଶ୍ୱର ମେହେର) ଓଡିଶା ରେ ଭାରତୀୟ ଜନତା ପାର୍ଟି ର ନେତୃତ୍ୱ ରେ ମୋହନ ସରକାର ଆସିବା ପରେ ଆଇଏସ ସ୍ତର ରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ବେଳେ ନୂଆପଡା ଜିଲ୍ଲାପାଳ ହେମାକାନ୍ତ ସାୟ ଙ୍କୁ ମୟୁରଭଞ୍ଜ ର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏବଂ ନୂଆପଡା ଜିଲ୍ଲା ନୂତନ ଜିଲ୍ଲାପାଳ ଭାବରେ ମଧୁସୂଦନ ଦାଶ(ଓଏଏସ )(ଏସଏସ )ଙ୍କୁ ନିଯୁକ୍ତି ଦିଆ ଯାଇଛି । ନୂତନ ଜିଲ୍ଲାପାଳ ମଧୁ ସୁଦନ ଦାଶ ଏହା ପୂର୍ବରୁ ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ର ସ୍ୱତନ୍ତ୍ର ସଚିବ ଭାବ ରେ କାର୍ଯ୍ୟରତ ଥିଲେ ।

Post a Comment

Previous Post Next Post