ବଲାଙ୍ଗିର : ୧୦/୮ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ପିତାମାତା, ଅଭିଭାବକ ଅଭିଭାବିକା, ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦ୍ଵିତୀୟ ସମନ୍ମୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉପସ୍ଥିତ ସମସ୍ତ ଅଭିଭାବକ ଅଭିଭାବିକାଙ୍କୁ ଛାତ୍ରଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଐଶ୍ୱର୍ଯ୍ୟ ଶେଖର ଦେବତାଙ୍କ ଅଧ୍ୟକ୍ଷତାରେ କରିଥିଲେ ଓ ସମସ୍ତ ଙ୍କୁ ସ୍ବାଗତ କରିବା ସହ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସର୍ବପ୍ରଥମେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ବିଦ୍ୟାଳୟ ନିରାପତ୍ତା ବିଷୟରେ ଆଲୋଚନା କଲେ । ଏହାପରେ ଅନଲାଇନ୍ ତଥା ସାଇବର ଠକେଇ ରୁ କିପରି ଭାବେ ସୁରକ୍ଷା ପାଇବେ ସେ ବିଷୟରେ ଉପସ୍ଥିତ ପିତାମାତାଙ୍କୁ ବିଷଦ ଭାବେ ପ୍ରଧାନଶିକ୍ଷକ ବୁଝାଇଥିଲେ । ସ୍ୱଚ୍ଛତା ପକ୍ଷ ପାଳନ କରିବା ସହ ନିଜେ ପରିସ୍କାର ଏହି ଅନ୍ୟକୁ ପରିସ୍କାର ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ । ନିଜ ପରିବେଶକୁ ସବୁବେଲେ ମଧ୍ୟ ସ୍ୱଚ୍ଛ ରଖିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ଇକୋ କ୍ଲବ ତଥା ଶକ୍ତି କ୍ଳବ୍ ଅଛି, ଏହି କ୍ଳବ୍ ମାଧ୍ୟମରେ ପରିବେଶକୁ କିପରି ସ୍ୱଛ ସବୁଜ କରିହେବା ସହ ପରିବେଶ କୁ ସୁସ୍ଥ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପ୍ରତ୍ୟେକ ଝିଅଙ୍କୁ ସମାଜ ଆଗରେ ସମ୍ମାନର ସହ ଛିଡା କରିବାକୁ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ କୁ ସମସ୍ତେ ପ୍ରଶଂସା କରିଥିଲେ । ଓଡ଼ିଶା ସରକାର ଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ସମ୍ପୁର୍ଣ ମାଗଣାରେ ମିଳୁଥିବା ପୁସ୍ତକ, ସ୍କୁଲ୍ ଡ୍ରେସ୍, ହାଉସ ଡ୍ରେସ୍, ଜୋତା,ମୋଜା, ବିଭିନ୍ନ ପ୍ରୋତ୍ସାହନ ରାଶି ବିଷୟରେ ପ୍ରଧାନଶିକ୍ଷକ ସଭାରେ ସମସ୍ତଙ୍କୁ ବିଷଦ୍ ଭାବେ ଜଣାଇଥିଲେ । ବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଏତେସବୁ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ସରକାରଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ବିଦ୍ୟାଳୟକୁ ପଠେଇବା କୁ ପ୍ରଧାନଶିକ୍ଷକ ସମସ୍ତ ଅଭିଭାବକ ଅଭିଭାବକ ଙ୍କୁ ଅନୁରୋଧ କରିଥିଲେ । ଏହି ସଭାରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଧର ପାତ୍ର ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ଦୀପାଞ୍ଜଲୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜିର ଅତିଥି ଭାବେ ପରିଚାଳନା କମିଟିର ସଭାପତି ବିକାଶ ଦାସ, ବିଶିଷ୍ଟ ସମାଜ ସେବୀ ତଥା ପ୍ରକୃତି ପ୍ରେମୀ ଟେକେନ୍ଦ୍ର ଜାଲ ଉପସ୍ଥିତ ଥିଲେ । ଏହାସହ ଶିକ୍ଷକ ଉସତ୍ ଗଡତିଆ, ଝରଣା କର, ଗୌର ମାଝୀ, ଡୋଲାମଣୀ ପଧାନ, କିରାଣୀ କାହ୍ନୁଚରଣ ସାହୁ, ପିଅନ ଦୁର୍ଯୋଧନ ସାହୁ, ଅଲେଖ ସ୍ୱାଇଁ, ଘୁନସର ଗ୍ରାମର ରମେଶ ମାଝି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment