ବଲାଙ୍ଗିର :୦୩/୮ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସଂକୁଳ ଅନ୍ତର୍ଗତ ସରସ୍ଵତୀ ଶିଶୁ ମନ୍ଦିର ଯୋଗିମୁଣ୍ଡା ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଯୋଗିମୁଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟର ବିଜ୍ଞାନ ବିଭାଗର ଶିକ୍ଷକ ଶ୍ରୀ ଅଜିତ ସାହୁ ଓ ସୁଶ୍ରୀ ରୀମାରାଣୀ ମେହେର ଅତିଥି ଭାବରେ ଯୋଗଦେଇ ଶିଶୁ ଭାଇଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରଧାନଆଚାର୍ଯ୍ୟ ଶ୍ରୀ ସୀମିତ ସାହୁ ଅତିଥି ପରିଚୟ ସହିତ ଉଦ୍ଦେଶ୍ୟ କଥନ କରିଥିଲେ। ବିଜ୍ଞାନ ଆଚାର୍ଯ୍ୟା ସୁଶ୍ରୀ ପୁନମ ବାଗ ବିଜ୍ଞାନର ଅବଦାନ ତଥା ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଲୁଚିରହିଥିବା ବୈଜ୍ଞାନିକ ପ୍ରତିଭାକୁ ପ୍ରକାଶ କରିବାର ଏହି କାର୍ଯ୍ୟକ୍ରମ ଏକ ମାଧ୍ୟମ ବୋଲି କହିଥିଲେ । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀର ଶତାଧିକ ଭାଇ ଭଉଣୀ ପ୍ରକଳ୍ପ ଆଣି ତାଙ୍କର ପ୍ରତିଭା ଦେଖାଇଥିଲେ । ସମସ୍ତ ଗୁରୁଜୀ, ଗୁରୁମା, ସେବକ,ସେବିକା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବାବେଳେ ଆଚାର୍ଯ୍ୟ ସୁଶ୍ରୀ କାଜଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment