ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞନମେଳା ସଙ୍କୁଳ ସ୍ତରୀୟ ଆଜି ଅନୁଷ୍ଟିତ ହୋଇଥିଲା ଉଦଘାଟନ ଦିବସ ରେ ମୁଖ୍ୟ ଅତିଥି ଭାବରେ ଚତୁଭୂଜ ସେଠୀ, ସମ୍ମାନୀୟ ଅତିଥି ସଙ୍କୁଳ ପ୍ରମୁଖ ତୁଳସୀ ରାମ ମେହେର,ସଙ୍କୁଳ ସଂଯୋକ ଚରମ ନେତାମ, ଉପସ୍ଥିତ ହୋଇ ଦୀପ ପ୍ରଜ୍ଜ୍ୱଳନ କରି ଥିଲେ । ମଞ୍ଚ ପରି ଚଲାନା କରି ଥିଲେ ନିଲଜୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଶନ୍ନ କୁମ୍ଭାର ଓ ଅତିଥି ପରିଚୟ କରି ଥିଲେ ଗଣ୍ଡାବାହାଲି ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଭଗବାନ ଚଲାନ, ଏବଂ ସଙ୍କୁଳ ସ୍ତରୀୟ ରେ ଥିବା ଆଠ ଟି ଶିଶୁ ମନ୍ଦିର ର ଭାଇ ଭଉଣୀ ଓ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏବଂ ଉଦଯାପନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସଂଭାଗ ସଂପାଦକ ରୁଦ୍ର ମାଧବ ବାରିକ, ସମ୍ମାନୀତ ଅତିଥି ଭାବରେ ନୂଆପଡ଼ା ବିଭାଗ ପ୍ରମୁଖ ଧ୍ରୁବ ଚରଣ ପାତ୍ର, ଉପସ୍ଥିତ ଥିଲେ । ପରି ଶେଷ ରେ ଧନ୍ୟବାଦ ଦେଇ ଥିଲେ ସ୍ଥାନୀୟ ବିଦ୍ୟାଳୟ ର ଗୁରୂମା ତନୟା ମେହେର, ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟପରିଚାଳନ କମିଟି ର ସଭାପତି ତ୍ରିନାଥ ମେହେର, ସଂପାଦକ ବୈବ ସୂତ ମେହେର,ଯୁଗ୍ମ ସଂପାଦକ ଜଗଦିଶ ନାଗ ଉପସ୍ଥିତ ହୋଇଥିଲେ । ମୁଖ୍ୟ ଅତିଥି ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଜ୍ଞାନ ବିଜ୍ଞାନ ବିଷୟ ରେ ଉତ୍ସାହିତ କରି ଥିଲେ । ଛାତ୍ର ଛାତ୍ରୀ ମାନେ ମୋଟ ୩୬ ଟି ପ୍ରକଳ୍ପ ପ୍ରସ୍ତୁତି କରି ଉପସ୍ଥାପନ କରିଥିଲେ । ବର୍ଷା ଜଳ ସଂରକ୍ଷଣ, ପ୍ରାକୃତିକ ପରିବେଶ ଦୃଶ୍ୟ, ଜଙ୍ଗଲ ର ନମୁନା, ଟ୍ରlପିକ ବ୍ୟବସ୍ଥା , ସଡ଼କ ସୁରକ୍ଷା ଜୀବନ ରକ୍ଷା, ଉପ ଗ୍ରହ ସଞ୍ଚାର,ବିଷୟ ରେ ଓ ବିଭିନ୍ନ ପ୍ରକାର ପ୍ରକଳ୍ପ ଆଣିଥିଲେ । ଓ ବିଜ୍ଞାନ ପ୍ରଶ୍ନ ମଞ୍ଚ, ଗଣିତ ପ୍ରଶ୍ନ ମଞ୍ଚ, ସାଂସ୍କୃତ ପ୍ରଶ୍ନ ମଞ୍ଚ, ମାଟିକଳା, ହୋଇଥିଲା ବିଦ୍ୟାଳୟ ର ଆଚାର୍ଯ୍ୟ ଭକ୍ତ ରାମ ବାଗ, ଦୁଷ୍ମନ୍ତ ମେହେର, ମେଘବାନ ଭୋଇ, ଦୌଲତ ମେହେର , ୟୁଧିଷ୍ଟି ମେହେର , ମୁରଲୀ ମେହେର, ତରୁଣ ବୈଠାରୁ, ଚମlର ଦାସ, ଆଚାର୍ଯ୍ୟ ତନୟ ମେହେର, ତରୁଣୀ ମେହେର, ଅଞ୍ଜଳି ନାଗ, ରଶ୍ମିତା ମାଝୀ, ନନ୍ଦିତା ମେହେର,ରୋହନି ମେହେର, ସସ୍ମିତା ମେହେର, ଓ ସେବକ ପୁସ୍ତମ୍ ମେହେର ସେବିକା ଦମୟନ୍ତୀ ରାଉତ ଉପସ୍ଥିତ ଥିଲେ ।
ନୂଆପଡ଼ା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment