ଖୋଲା ଆକାଶ ତଳେ ତିନି ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି


ବଲାଙ୍ଗିର:- ୪/୮ ( ଗଣେଶ ଦାସ ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଳପଡ଼ା ପଞ୍ଚାୟତ ସଦର ଗ୍ରାମ ଅନୁସୂଚିତ ଜାତି, ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ଖୋଲା ଆକାଶ ତଳେ ଭାରତ ରତ୍ନ ବାବା ସାହେବ ଡ଼ଃ.ବି.ଆର. ଆଂବେଦକର, କ୍ରାନ୍ତି ଜ୍ୟୋତି ମହାତ୍ମା ଜ୍ୟୋତି ରାଓ ଫୁଲେ ଓ ଧରତି କି ଅବବା ବିର୍ସା ମୁଣ୍ଡା ଏହି ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରହିଛି। ମହାପୁରୁଷ ମାନଙ୍କ ପ୍ରତି ପ୍ରଶାସନ ପକ୍ଷରୁ ଉପେକ୍ଷା କରାଯାଉ ଥିବା ଚର୍ଚ୍ଚା ହେଉଛି। ସୁଚନା ଅନୁଯାୟୀ ୨୦୨୨ ମେ ୮ ତାରିଖ ଦିନ ଖପ୍ରାଖୋଲ ଏସସି,ଏସଟି କର୍ମଚାରୀ ସଂଘ, ମାଲପଡ଼ା ଡ଼ାଇଜ ଯୁବ ଅନୁଷ୍ଠାନ ଓ ଲାଠୋର ସାବାସ ଅନୁଷ୍ଠାନ ମିଳିତ ଭାବରେ ବହୁ ଆଡ଼ମ୍ବରରେ ତିନୋଟି ପ୍ରତିମୂର୍ତ୍ତି କୁ ଉନ୍ମୋଚନ କରାଯାଇ ଥିଲା। ତତ୍କାଳିନ ପାଟଣାଗଡ଼ ଉପ ଜିଲ୍ଲାପାଳ ଅତିଥି ଭାବରେ ଉପସ୍ଥିତ ରହି ପ୍ରତିମୂର୍ତ୍ତି ର ସୁରକ୍ଷା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯିବ ବୋଳି ମଧ୍ୟ କହିଥିଲେ। ଦୁଇ ବର୍ଷ ବିତଯାଇଥିଲେ ସୁଦ୍ଧା ସୁରକ୍ଷା ଦେବାରେ ପ୍ରଶାସନିକ ଉଦାସୀନତା ଅଭାବ ରହିଛି । ଖୋଲା ଆକାଶ ତଳେ ଥିବା ହେତୁ ଖରା, ବର୍ଷା, ଶୀତ ଯୋଗୁଁ ରଙ୍ଗ ଗୁଡିକ ଛାଡ଼ି ଅସୁନ୍ଦର ଦେଖାଯାଉଛି। କିଛି ମାସ ତଳେ କେହି ଦୁବୃର୍ତ୍ତ ମାନେ ବାବାସାହେବ ମୂର୍ତ୍ତି ର ଆଙ୍ଗୁଳି କୁ ଭାଙ୍ଗି ଦେଇଥିଲେ ଯାହା ଲାଠୋର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ସେହିପରି ବିର୍ସା ମୁଣ୍ଡା ଙ୍କ କମାଣ କୁ କେହି ଚୋରି କରି ନେଇ ଯାଇ ଥିବା ମଧ୍ୟ କୁହା ଯାଇଛି। ସେହି ରାସ୍ତା ଦେଇ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ହେଉ କିମ୍ୱା ପାଟଣାଗଡ଼ ରାଜନେତା ମାନେ ଯିବା ଆସିବା କରୂଛନ୍ତି ହେଲେ ପ୍ରତିମୂର୍ତ୍ତି ର ଅବସ୍ଥା ଦେଖି ସୁରକ୍ଷା ପ୍ରତି କେହି ଦୃଷ୍ଟି ଆକର୍ଷଣ କରୁ ନାହାଁନ୍ତି ଯାହା ତିନି ମହାପୁରୁଷଙ୍କୁ ଅସମ୍ମାନ ଓ ଉପେକ୍ଷା ସଦୃଶ। ଜିଲ୍ଳା ପ୍ରଶାସନ ଗମ୍ଭୀରତା ର ସହ ସମ୍ମାନାର୍ଥେ ମହାପୁରୁଷ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଛାଉଣି ଓ ପାର୍କର ବ୍ୟବସ୍ତା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । 


( ସେମାନେ ଯାହା କୁହନ୍ତି )
---------------------
 
ପ୍ରଶାସନ ନିହାତି ଭାବରେ ତିନୋଟି ମହାପୁରୁଷ ମାନଙ୍କୁ ଅଣଦେଖା କରୁଛି ଯାହା ଘୋର ନିନ୍ଦନୀୟ।
(ଲାଇବାନ ସୁନା, ସଭାପତି ସାବାସ ଅନୁଷ୍ଠାନ )
-------------------
ଭାରତ ରତ୍ନ ସମ୍ବିଧାନ ପ୍ରଣେତା ବାବlସହେବ ଡ଼ ବିଆର ଆଂବେଦକର, ବିର୍ସା ମୁଣ୍ଡା ଓ ମହାତ୍ମା ଜ୍ୟୋତି ରାଓ ଫୁଲେ ଭାରତ ପ୍ରତି ତାଙ୍କର ବହୁ ଅବଦାନ ରହିଛି ତେଣୁ ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନେବା ଦରକାର ।
(ତନ୍ତ୍ର ଧରୂଆ,
ଗୋଣ୍ଡ ଛାତ୍ର ସଂଘ ସଭାପତି, ଖପ୍ରାଖୋଲ )
------------------
ପ୍ରଶାସନ ମାଧ୍ୟମରେ ଆଗାମୀ ଦିନରେ ପ୍ରତିମୂର୍ତ୍ତୀର ସୁରକ୍ଷା ପାଇଁ କିପରୀ ଧ୍ୟାନ ଆକର୍ଷଣ କରିବେ ସେଥି ପ୍ରତି ଦାବୀ କରିବୁ ।
(ପ୍ରବୀଣ ଅଗ୍ରୱାଲ,
ପୂର୍ବତନ ସରପଂଚ , ଲାଠୋର )

------------------
 ପ୍ରଶାସନ ଓ ରାଜ ନେତା ଏହି ବିଶ୍ଵ ସ୍ତରୀୟ ମହାପୁରୁଷ ମାନଙ୍କ ସୁରକ୍ଷା କୁ ନେଇ କୌଣସି ଦୃଷ୍ଟି ଗୋଚର ନ ଦେବା ବହୁତ ଦୁଃଖର ବିଷୟ। ତାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଦାବୀ କରୁଛୁ। 
(କପିଳ ସୁନା, 
ବୁଦ୍ଧିଜୀବି, ଲାଠୋର)

Post a Comment

Previous Post Next Post