ସୁନାବେଡ଼ା ଠାରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ନିଦାନ ଶିବିର ଅନୁଷ୍ଠିତ


କୋମନା (ବିରବଲ ପ୍ରଧାନ) ଭାରତ ସରକାର ଙ୍କ ନୀତି ଆୟୋଗ ଦ୍ୱାରା ଆରମ୍ଭ ହୋଇ ଥିବା ସମ୍ପୂର୍ଣ୍ଣତା ଅଭିଯାନ ଅନ୍ତର୍ଗତ, ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ସୁନାବେଡା ପଞ୍ଚାୟତ ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ନିଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି | ସମ୍ପୂର୍ଣ୍ଣତା ଅଭିଯାନ ରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପୋଷଣ ଓ ସାମାଜିକ ବିକାଶ କ୍ଷେତ୍ରରେ ଥିବା ୬ ଗୋଟି ନିର୍ଦେଶଙ୍କ କୁ ଜୁଲାଇ ରୁ ସେପ୍ଟେମ୍ବର ମଧ୍ୟରେ ଯୁଦ୍ଧ କାଳୀନ ଭିତିରେ ପରିପୁର୍ନତା ଆଣିବାର ଏକ ପ୍ରୟାଶ | ଏହି ପ୍ରୟାସ କୁ ସଫଳ କରିବା ପାଇଁ ଆଜି ର ଶିବିର ରେ ମଧୁମେୟ, ମେଲେରିଆ, ରକ୍ତଚାପ ଓ ହାଇପରଟେନସନ ର ନିଶୁଲ୍କ ପରୀକ୍ଷା ,ଚିକତ୍ସା ଓ ଔଷଧ ବଣ୍ଟନ ହୋଇଥିଲା | ଏଥିରେ ସୁନାବେଡା ର ଚକୁଟିଆ ଭୁଞ୍ଜିଆ ସଂପ୍ରଦାୟ ର ଗ୍ରାମବାସୀ ବହୁଳ ସଂଖ୍ୟା ରେ ଯୋଗ ଦାନ କରି ନିଜର ସ୍ୱାସ୍ଥ୍ୟ ସଚେତନତା ମନଭାବ ପ୍ରକାଶ କରିଥିଲେ | ଏହି ଶିବିର ରେ ଡଃ ପ୍ରଦୀପ କହଁର ଭାରପ୍ରାପ୍ତ ଅଧିକାରୀ ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋମନା, ଡଃ ମନୀଷ ଠାକୁର ଭାରପ୍ରାପ୍ତ ଅଧିକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବୁଦ୍ଧିକୋମନା , ଶ୍ରୀମତୀ ନିରୁପମା ଶବର, ହେଲ୍ଥ ଏକ୍ସଟେନଶନ ଅଫିସର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କୋମନା, ଏବଂ ସୁନାବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସଦସ୍ୟ ଡଃ ସ୍ୱସ୍ତିକ ପୁରୋହିତ,ଆୟୁଷ ଅଧିକାରୀ,ପିଙ୍କି ଭୋଇ,ଦେବ ଦୁଲ୍ଲଭ ସିଂ ଶିବିରକୁ ପରିଚାଳନା କରିଥିଲେ | ଉକ୍ତ ଶିବିର ରେ ନୀତି ଆୟୋଗ ଦ୍ୱାରା ବିକାଶ ସହଯୋଗୀ ଭାବେ କାର୍ଯ୍ୟ କରୁ ଥିବା ପିରାମଲ ଫାଉଣ୍ଡେସନ ତରଫରୁ ଜ଼ିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଭବାନି ଶଙ୍କର ନାୟକ ଓ ଦିଲ୍ଲୀ ରୁ ଗାନ୍ଧୀ ଫେଲୋ ଶ୍ରାବଣ ପାଶ୍ବାନ ଶିବିର ପରିଚାଳନେ ରେ ସହଯୋଗ କରିଥିଲେ | ଏହି ଶିବିରରେ ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ, ଯୁବ ପିଢ଼ି ତଥା ସମସ୍ତ ବୟଷ ବର୍ଗ ର ଲୋକ ଉତ୍ସାହ ର ସହିତ ଶୃଙ୍ଖଳିତ ବାହାରେ ଶିବିର କୁ ଆସି ନିଜ ରୋଗ ଚିହ୍ନଟ ତଥା ନିଦାନ କରି ଖୁସି ମନରେ ଫେରି ଥିଲେ |

Post a Comment

Previous Post Next Post