ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବେଲାରାଣୀ ଊଚ୍ଚ ବିଦ୍ଯାପୀଠ, ଚଟିଆଗୁଡ଼ା ଠାରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି ା ଏହି ଅବସରରେ ବିଦ୍ଯାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯିବା ସହ ଜଙ୍ଗଲ ସୁରକ୍ଷାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ା ସଭାରେ ବିଦ୍ଯାପୀଠର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ବେହେରା ଅଧ୍ଯକ୍ଷତା କରିଥିବା ବେଳେ ଫରେଷ୍ଟର ଚୂଡ଼ାନାଥ ସରାଫ ଓ ବନ ବିଭାଗ କର୍ମଚାରୀ ଉପେଂଦ୍ର ପ୍ରସାଦ ମହାନ୍ତୀ, ଚିନ୍ମୟୀ ପାତ୍ର ଯୋଗ ଦେଇଥିଲେ ା ଏ ଅବସରରେ ବୄକ୍ଷ ବିନା ଜୀବନ ଅସମ୍ଭବ ତେଣୁ ଅଧିକ ସଂଖ୍ଯାରେ ଚାରା ରୋପଣ କରି ସେସବୁକୁ ଯତ୍ନର ସହିତ ବଢ଼ାଇବା ବର୍ତ୍ତମାନ ସମୟର ବଡ଼ ଆହ୍ୱାନ ବୋଲି ମତ ପ୍ରକାଶ ପାଇଥିଲା ା ଶେଷରେ କାର୍ଯ୍ଯକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଂଚଳର ବୁଦ୍ଧିଜୀବୀଙ୍କୁ ଶିକ୍ଷକ ଗୋକୁଳ ଚଂଦ୍ର ପରିଡ଼ା ଶପଥ ପାଠ କରାଇଥିଲେ ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment