ଧର୍ମଗଡ,୦୮/୦୭ (ଆଜତକ୍ ଓଡ଼ିଶା) କୋକସରା ଥାନା ଅନ୍ତର୍ଗତ ବେହେରାଗୁଡା ଗ୍ରାମର ଡ଼ବୃ ପୋଢ଼ଙ୍କ ସ୍ତ୍ରୀ ନୃପତି ପୋଢ଼(୫୫) ସୋମବାର ସକାଳୁ ନିଜ ଚାଷ ଜମିରେ ଥିବା ଏକ କୂଅ (ଚହଲା) ରେ ଗାଧେଇଵା ସମୟରେ କୂଅରେ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକଙ୍କ ନଜରରେ ଘଟଣା ପଡିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଏନେଇ କୋକସରା ପୋଲିସକୁ ସୂଚନା ଦେଇଥିଲେ। ପରେ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ କର୍ମଚାରୀଙ୍କ ସହାୟତା ରେ କୂଅ ରୁ ମୃତ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।
Post a Comment