ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଜଣେ ପୋର୍ଟାଲ ସାମ୍ୱାଦିକ ଶ୍ରୀକାନ୍ତ ନାୟକ ଯୁବତୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଆର୍ଥିକ ଓ ଶାରୀରିକ ଶୋଷଣ କରୁଥିବା ନେଇ ସିନାପାଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ସ୍ଥାନୀୟ ଗୋଡ଼ାଲ ଗ୍ରାମ ପଞ୍ଚାଚୟତରେ ୱାଡ଼ ନମ୍ବର ୮ ପାଇଁ ୨ ବର୍ଷ ପୂର୍ବେ ଅଙ୍ଗନୱାଡ଼ି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉକ୍ତ ପଦବି ପାଇଁ ସେହି ଗ୍ରାମର ରସ୍ମିରେଖା ( ଛଦ୍ମନାମ ) ମଧ୍ୟ ଦରଖାସ୍ତ କରିଥିଲେ । ସେହି ପଦବୀ ନିଯୁକ୍ତି ପାଇଁ ଖଳନା ଗ୍ରାମ ସ୍ଥିତ ଶ୍ରୀକାନ୍ତ ନାୟକ ମୁଁ ସାମ୍ୱାଦିକ ଓ ଭିଜିଲାନ୍ସରେ ଅଛି ତତେ ଚାକିରି କରେଇ ଦେବୀ କହି ରସ୍ମିରେଖାଙ୍କ ସହ ଯୋଗାଯୋଗ କରିଥିଲେ । ଚାକିରି ବାହାନାରେ ବିଭିନ୍ନ ସମୟରେ ନୂଆପଡ଼ା ଯିବାଆସିବା କରୁଥିଲେ । ମହିଳାଙ୍କୁ ଡ଼ରାଇ ଧମକାଇ ଜୋର୍ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଉକ୍ତ ମହିଳା ଜଣକ ମନା କରିବାରୁ ତାଙ୍କ ପରିବାର ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଭଳି ବିଭିନ୍ନ ଉପାୟ କରି ବିଭିନ୍ନ ସମୟରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କ ପରିବାରକୁ ଠୁ ବଡ଼ ବାବୁଙ୍କୁ ଲାଞ୍ଚ ଦେବି କହି ୩ ଲକ୍ଷ ଟଙ୍କା ନେଇଛି ବୋଲି ପିଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି । ଶାରୀରିକ ସମ୍ପର୍କ ରଖିବା ସମୟରେ ବିଭିନ୍ନ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ମହିଳାଙ୍କ ସମାଜକୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇ ବଦନାମ କରିବାକୁ ଚେଷ୍ଟା କରିବା ସହ ବାଧ୍ୟବାଧକତା କରି ଧର୍ମଗଡ ସବରେଜିଷ୍ଟେଶନ ଅଫିସକୁ ନେଇ ରେଜିଷ୍ଟି ମେରେଜ୍ କରିବା ପାଇଁ ଜବରଦସ୍ତ କରିଥିଲେ । ଉକ୍ତ ଘଟଣାକୁ ପୀଡ଼ିତଙ୍କ ବାପା ଜାଣିବା ପରେ ଧର୍ମଗଡ଼କୁ ଯାଇ ଝିଅକୁ ନେଇ ଆସିଥିଲେ । ପରେ ପୀଡ଼ିତା ମହିଳା ଜଣକ ସିନାପାଲି ଥାନାରେ ଦ୍ବାରସ୍ଥ ହୋଇଥିଲେ । ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ ହୋଇ କେସ ନମ୍ବର ୧୮୨ ଆଇପିଶି ଧାରା ୪୧୭, ୩୭୬ ( ୨ ), ୫୦୬ ରେ ଧାରାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଫିସର ହରେକୃଷ୍ଣ ଜାନି ପ୍ରକାଶ କରିଛନ୍ତି ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment