କୋମନା:- ୩୧/୫ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅଧୀନସ୍ଥ ବରକୋଟ ଗାଁରେ ମନମୁଖି ବିଦ୍ୟୁତ୍କାଟ୍ର ପ୍ରତିବାଦରେ ୫ ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ଗ୍ରାମବାସୀ ୩ ଘଣ୍ଟା ଧରି ଅଟକ ରଖିଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ସୁନାବେଡ଼ା ଅଭୟାରଣ୍ୟକୁ ବିଦ୍ୟୁତ୍ ମରାମତି ପାଇଁ ଯାଇଥିବା ବିଦ୍ୟୁତ୍ କର୍ମଚାରୀ ଦିନ ପ୍ରାୟ ୧ଟାରେ ଗାଡ଼ିରେ ଫେରୁଥିବା ବେଳେ ବରକୋଟ ଗ୍ରାମବାସୀ ଅଟକାଇଥିଲେ । କାହିଁକି ମନଇଚ୍ଛା ବିଦ୍ୟୁତ୍ କାଟ୍ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ସଂପୃକ୍ତ ୫ ଜଣ କର୍ମଚାରୀଙ୍କୁ ଗାଡ଼ିରୁ ଓହ୍ଲାଇ ରାସ୍ତାରେ ବସାଇ ମାର୍ପିଟ୍ କରିଥିବା ଅଭିଯୋଗ ହୋଇଛି। ଏଥିସହ ସେମାନଙ୍କ ମୋବାଇଲ ବି ଛଡ଼ାଇ ନେଇଥିଲେ । କୌଣସି ସୂତ୍ରରୁ ଖବର ପାଇ କୋମନା ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଶିବ ପ୍ରସାଦ ନାଏକ ବାରକୋଟ ଗାଁରେ ପହଞ୍ଚି କର୍ମଚାରୀଙ୍କୁ ଛାଡ଼ି ଦେବାକୁ କହିଥିଲେ। ତେବେ ଉତ୍ତ୍ଯକ୍ତ ଲୋକେ ତାଙ୍କୁ ଧମକ ଦେବା ସହ ଦୁର୍ବ୍ୟବହାର କରିଥିଲେ। ପରେ କାକୁତି ମିନତି ହେଲା ପରେ ବିଦ୍ୟୁତ୍ କର୍ମଚାରୀଙ୍କୁ ଲୋକେ ଛାଡ଼ିଥିଲେ। ଏନେଇ ବିଭାଗ ପକ୍ଷରୁ କୋମନା ଥାନାରେ ଏତଲା ଦିଆଯାଇଛି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆଗାମୀ ଦିନରେ କମର୍ଚାରୀମାନେ ଆନ୍ଦୋଳନପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି।

Post a Comment